ଜାପାନରେ ପ୍ରବଳ ବର୍ଷାରେ ୩ ଜଣଙ୍କର ମୃତ୍ୟୁ, ୧୦୦ରୁ ଅଧିକ ନିଖୋଜ

ଟୋକିଓ: ଜାପାନରେ ପ୍ରବଳ ବର୍ଷା ଯୋଗୁଁ ଅତିକମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ହୋଇଥିବାବେଳେ ୧୦୦ରୁ ଅଧିକ ନିଖୋଜ ଅଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜାପାନର ସହର ଅଟାମିରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଅଟାମିଠାରୁ ୯୦ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ଟୋକିଓରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ନିଶ୍ଚିତ କରିଥିବାବେଳେ ୧୧୩ଜଣ ନିଖୋଜ ଥିବାର କହିଛନ୍ତି |

ସ୍ଥାନୀୟ ପ୍ରଶାସନର ମୁଖପାତ୍ର ହିରୋକି ଓନୁମା କହିଛନ୍ତି ଯେ ଶନିବାର ଦିନ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ପରି ସ୍ଥିତି ସୃଷ୍ଟି କରିଛି। ବନ୍ୟା ଯୋଗୁଁ ସେଠାରେ ବହୁ ଘର ଭାସିଯାଇଛି | ଅନ୍ୟପଟେ ଭୂସ୍ଖଳନ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଥାଉ କି ଯେ ଏହି ମାସରେ ଜାପାନରେ ସମର ଅଲିମ୍ପିକ୍ସ ମଧ୍ୟ ଅନୁଷ୍ଠିତ ହେବ | ଏଭଳି ପରିସ୍ଥିତିରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟଣା ପ୍ରଶାସନର ଚିନ୍ତା ବଢ଼ାଇଦେଇଛି ।

ସମ୍ବନ୍ଧିତ ଖବର