ଯମୁନା ଏକ୍ସପ୍ରେସ୍‌ େଓ୍ଵ’ରେ ଦୁର୍ଘଟଣା; ୩ ଏମ୍‌ସ୍‌ ଡାକ୍ତର ମୃତ

ଦିଲ୍ଲୀ: ଗତ ରାତିରେ ଯମୁନା ଏକ୍ସ୍‍ପ୍ରେସ୍‌ େଓ୍ଵ’ରେ ଏକ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ସହ ଦିଲ୍ଲୀ ଏମ୍‌ସ୍‌ର ତିନି ଜଣ କନିଷ୍ଠ ଡାକ୍ତରଙ୍କ ମୃତ୍ୟୁ ହେବା ସହ ଅନ୍ୟ ଚାରିଜଣ ଡାକ୍ତର ସାଙ୍ଘାତିକ ଆହତ ହୋଇଛନ୍ତି।

ଜଣେ ବନ୍ଧୁଙ୍କର ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଦଳେ ଡାକ୍ତର ଆଗ୍ରା ଅଭିମୁଖେ ଯାଉଥିବା ବେଳେ ମଥୁରା ଜିଲ୍ଲା ସୁରିର୍‌ ଥାନା ଅଧୀନ ୮୮ ନମ୍ବର ମାଇଟ୍‌ଖୁଣ୍ଟ ନିକଟରେ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାରେ ମୃତ ଡାକ୍ତରମାନେ ହେଲେ ୩୪ ବର୍ଷିୟ ଡାକ୍ତର ହର୍ଷଦ ଓ୍ଵାନ୍‌ଖାଡ଼େ, ୨୫ ବର୍ଷିୟ ଡାକ୍ତର ଯଶପ୍ରୀତ୍‌ ସିଂହ ଓ ୨୪ ବର୍ଷୀୟ ଡାକ୍ତର ହେମବାଳା। ସେମାନଙ୍କ ଶବକୁ ସରକାରୀ ଡାକ୍ତରଖାନାର ଶବାଗାରକୁ ପଠାଇ ଦିଆଯାଇଛି।

ଆହତ ହୋଇଥିବା ଡାକ୍ତରମାନେ ହେଲେ, ଡାକ୍ତର କ୍ୟାଥେରାଇନ୍‌ ହଲାମ୍‌, ଡାକ୍ତର ମହେଶ କୁମାର କୁମାର, ଡାକ୍ତର ଜିତେନ୍ଦ୍ର ମୌର୍ଯ୍ୟ ଏବଂ ଡାକ୍ତର ଅଭିନବ ସିଂହ। ସେମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ପୁଲିସ କହିବା ଅନୁସାରେ, ଦୁର୍ଘଟଣା ରାତି ୩ଟା ବେଳେ ହୋଇଥିଲା। ଡାକ୍ତର ହର୍ଷଦଙ୍କ ଜନ୍ମଦିନ ପାଳିବାକୁ ଏମ୍‌ସ୍‌ର ଦଳେ ଡାକ୍ତର ଆଗ୍ରା ଅଭିମୁଖେ ଯାଉଥିଲେ। ହର୍ଷଦ୍‌ ହିଁ ତୋୟୋତା ଇନୋଭା ଚଳାଉଥିଲେ। ଦ୍ରୁତଗାମୀ କାର୍‌ଟି ଗୋଟାଏ ଟ୍ରକ୍‌ ପଛରେ ପିଟି ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର