ବ୍ୟାଙ୍କକ: ଭୂକମ୍ପ ଝଟକାରେ ଦୋହଲି ଯାଇଛି ମିଆଁମାର ଓ ଥାଇଲାଣ୍ଡ । ପ୍ରକୃତିର ଏହି ତାଣ୍ଡବଲୀଳାରେ ମିଆଁମାର ଓ ଥାଇଲାଣ୍ଡ ଭୟାବହ ପରିସ୍ଥିତି । ଭୟଙ୍କର ଭୂକମ୍ପ ପରେ ସବୁଠି ହାହାକାର, ସବୁଠି ଆର୍ତ୍ତ ଚିତ୍କାର । ପୋତି ହୋଇଯାଇଥିବା ଜୀବନ ବଞ୍ଚାଇବା ପାଇଁ ସବୁଠି ପ୍ରାଣ ମୂର୍ଚ୍ଛା ଉଦ୍ୟମ ଚାଲିଥିବା ବେଳେ ମିଆଁମାରର ସାଗାଇଙ୍ଗ୍‌ ସହରର ଉତ୍ତର-ପଶ୍ଚିମ ଦିଗରୁ ପ୍ରାୟ ୧୬ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା । ଯାହାର ତୀବ୍ରତା ଏତେ ଅଧିକ ଥିଲା ଯେ ପଡୋଶୀ ଦେଶ ବାଂଲାଦେଶ, ଚୀନ୍, ଲାଓସ୍ ଏବଂ ଥାଇଲ୍ୟାଣ୍ଡ ମଧ୍ୟ ପ୍ରଭାବିତ ହୋଇଛି । ଏପରିକି ଦିଲ୍ଲୀ ଏନସିଆରରେ ବି ଏହାର କମ୍ପନ ଅନୁଭୂତ ହୋଇଛି ।

Advertisment

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ  ହେବେ ଭୂକମ୍ପର ଝଟକା ଥରେ କି ଦୁଇ ଥର ନୁହେଁ ତିତି ତିନି ଥର ହୋଇଛି । ୫୦ ମିନିଟରେ ୩ଟି ଜୋରଦାର ଝଟକା ଲାଗିଛି, ଯାହା ଫଳରେ ମିଆଁମାର ଓ ଥାଇଲାଣ୍ଡରେ ଧ୍ୱଂସଲୀଳା ସୃଷ୍ଟି ହୋଇଛି । 

death toll
Photograph: (Sambad.in)

କୁହାଯାଉଛି ଦିନ ୧୧ଟା ୫୦ରେ ୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା ପରେ ୧୨ଟା ୩୦ରେ ୨ୟ ଥର ପାଇଁ ୫ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା ଆଉ ପରେ ପୁଣିଥରେ ଲଗାତାର ୩ୟ ଥର ପାଇଁ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ଥିଲା ୪.୯ । ଲଗାତାର ତିନି ତିନିଟି ଭୂକମ୍ପ ଝଟକା କାରଣରୁ ଏତେ ବଡ ବିପତ୍ତି ସୃଷ୍ଟି ହୋଇଛି ଏବଂ ମିଆଁମାର ଓ ଥାଇଲାଣ୍ଡରେ ହାହାକାର ଖେଳିଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 

ସେପଟେ ଭୂକମ୍ପ ପରେ ବଢୁଛି ମୃତ୍ୟୁ ସଂଖ୍ୟା । ମିଆଁମାର ଏବଂ ଥାଇଲାଣ୍ଡରେ ମୃତକଙ୍କ ସଂଖ୍ୟା ଧିରେଧିରେ ବଢିବାରେ ଲାଗିଛି । ଭୟଙ୍କର ଭୂକମ୍ପରେ ଉଭୟ ମିଆଁମାର ଏବଂ ଥାଇଲାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଶହେ ଟପିଛି ମୃତକଙ୍କ ସଂଖ୍ୟା । ତେବେ ବର୍ତ୍ତମାନ ସୁଦ୍ଧା ୧୮୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିବା ବେଳେ ୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଉ ମୃତକଙ୍କ ମଧ୍ୟରେ କେବଳ ୧୮୧ ଜଣ କେବଳ ମିଆଁମାରୁ ବୋଲି ସୂଚନା ରହିଛି ।