ଦିଲ୍ଲୀରେ ପ୍ରବଳ ବର୍ଷା:  ବିମାନ ଚଳାଚଳ ବ୍ୟାହତ; ୩ ବିମାନ ଡାଇର୍ଭଟ, ୪୦ ବିଳମ୍ବିତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବୁଧବାର ଅପରାହ୍ନରେ ପ୍ରବଳ ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି। ଅନ୍ୟ ପକ୍ଷରେ ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ଏକରକମ ଠପ୍‌ ହୋଇପଡ଼ିଛି। ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଥିବା ତିନିଟି ବିମାନର ଅବତରଣ ସମ୍ଭବପର ନହେବା କାରଣରୁ ସେଗୁଡ଼ିକୁ ଅନ୍ୟତ୍ର ଡାଇର୍ଭଟ କରାଯାଇଛି। ସେହିପରି ଦିଲ୍ଲୀ ବିମାନବନ୍ଦରରୁ ଚଳାଚଳ କରିବାକୁ ଥିବା ୪୦ଟି ବିମାନର ଚଳାଚଳ ବିଳମ୍ବିତ ହୋଇଥିବା ଜଣାପଡ଼ିଛି।

ରିପୋର୍ଟରୁ ପ୍ରକାଶ, ବୁଧବାର ଅପରାହ୍ନରେ ଜାତୀୟ ରାଜଧାନୀ ଦିଲ୍ଲୀରେ  ପାଗ ଅତ୍ୟନ୍ତ ଖରାପ ରହିବା ହେତୁ ଅତି କମରେ ୨୫ ଟି ବିମାନର ପ୍ରସ୍ଥାନ ଏବଂ ୧୫ ଟି ବିମାନ ଆଗମନରେ ବିଳମ୍ବ ଘଟିଛି ବୋଲି ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ଭିିସ୍ତାରା ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ଏହାର ଦୁଇଟି ମୁମ୍ବାଇ-ଦିଲ୍ଲୀ ବିମାନ ଅନ୍ୟ ସହରକୁ ସ୍ଥାନାନ୍ତରିତ ହୋଇଛି। ଗୋଟିଏ ଜୟପୁର ଏବଂ ଅନ୍ୟଟି ଇନ୍ଦୋରକୁ ସ୍ଥାନାନ୍ତରିତ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଉପରୋକ୍ତ ଦୁଇଟି ଭିିସ୍ତାରା ସମେତ ଅତି କମରେ ତିନିଟି ବିମାନକୁ ଦିଲ୍ଲୀ ବିମାନବନ୍ଦରରୁ ଅନ୍ୟ ସହରକୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀ ବିମାନବନ୍ଦରର ଅପରେଟର ଡିଆଇଏଏଲ କିନ୍ତୁ ଏହି ପ୍ରସଙ୍ଗରେ କୌଣସି ବିବୃତ୍ତି ଜାରି କରିନାହିଁ।

ସମ୍ବନ୍ଧିତ ଖବର