ହାଇକୋର୍ଟର ୩ଜଣ ବିଚାରପତି ଏବଂ ୩୪ ନ୍ୟାୟିକ ଅଧିକାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ନ୍ୟାୟିକ ଅଧିକାରୀମାନଙ୍କୁ ମନେ ପକାଇଛନ୍ତି ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା | ଗୁରୁବାର ଦିନ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ସମୟରେ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି ଯେ, କରୋନା ସହ ଲଢ଼ି ୩୪ଜଣ ନ୍ୟାୟିକ ଅଧିକାରୀ ଏବଂ ହାଇକୋର୍ଟର ୩ଜଣ ବିଚାରପତି ମୃତ୍ୟୁବରଣ କରିଛନ୍ତି |

ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୭୬୮ ନ୍ୟାୟିକ ଅଧିକାରୀ ଏବଂ ହାଇକୋର୍ଟର ୧୦୬ ଜଣ ବିଚାରପତି ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି | ଏହା ସହ ୨ଟି ପ୍ରମୁଖ ହାଇକୋର୍ଟରୁ ଏପର୍ଯ୍ୟନ୍ତ ତଥ୍ୟ ଆସିନଥିବା ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି |

Landmark judgments of NV Ramana, recommended to be next CJI | NewsBytes
NewsBytes

ପ୍ରଧାନ ବିଚାରପତି ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ୮୦୦ ରେଜିଷ୍ଟ୍ରି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ମଧ୍ୟରେ ସୁପ୍ରିମକୋର୍ଟର ୬ଜଣ ରେଜିଷ୍ଟ୍ରାର ଏବଂ ୧୦ଜଣ ଅତିରିକ୍ତ ରେଜିଷ୍ଟ୍ରାର ଅଛନ୍ତି | ଭର୍ଚୁଆଲ୍ ଶୁଣାଣିରେ ଯୋଗଦେବାକୁ ସାମ୍ବାଦିକମାନଙ୍କ ପାଇଁ ଏକ ମୋବାଇଲ୍ ସୁବିଧା ଆରମ୍ଭ କରିବା ପାଇଁ ଆୟୋଜିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ସମୟରେ ପ୍ରଧାନ ବିଚାରପତି ଏହି ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର