ଟ୍ରମ୍ପ୍‌ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ପଦ ପାଇଁ ୩ ଭାରତୀୟ ମନୋନୀତ

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ତାଙ୍କ ପ୍ରଶାସନର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ୩ ଜଣ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କୁ ମନୋନୀତ କରିଛନ୍ତି। ଜଣେ ମହିଳା ପରମା‌ଣୁ ବିଶେଷଜ୍ଞଙ୍କୁ ମଧ୍ୟ ଟ୍ରମ୍ପ୍‌ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି। ରୀତା ବରନୱାଲ୍‌ ପରମାଣୁ ଶକ୍ତି ବିଭାଗର ସହକାରୀ ସଚିବ ପଦ ପାଇଁ ମନୋନୀତ ହୋଇଥିବାବେଳେ ଆଦିତ୍ୟ ବାମ୍‌ଜାଇଙ୍କୁ ପ୍ରାଇଭେସି ଆଣ୍ଡ୍‌ ସିଭିଲ୍‌ ଲିବର୍ଟିଜ୍‌ ବୋର୍ଡ ସଦସ୍ୟ ଏବଂ ବିମଲ୍‌ ପଟେଲ୍‌ଙ୍କୁ ଟ୍ରେଜେରି ସହକାରୀ ସଚିବ ଭାବେ ମନୋନୀତ କରାଯାଇଛି। ବରନୱାଲ୍‌, ବମ୍‌ଜାଇ ଏବଂ ପଟେଲ୍‌ଙ୍କ ମନୋନୟନକୁ ଗତକାଲି ସିନେଟ୍‌କୁ ପଠାଯାଇଛି।

ସମ୍ବନ୍ଧିତ ଖବର