କେନିୟାରେ ବନ୍ଧକଥିବା ୩ ଭାରତୀୟଙ୍କ ସମେତ ୧୦ ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ: କେନିୟାରେ ବନ୍ଧକଥିବା ୩ ଜଣ ଭାରତୀୟ ଓ ୭ଜଣ ନେପାଳୀ ଯୁବତୀଙ୍କୁ ଆଜି ଭାରତ ସରକାରଙ୍କ ଉଦ୍ୟମରେ ମୁକ୍ତ କରାଯାଇଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ଵିଟ କରି କହିଛନ୍ତି। ଉଦ୍ଧାର ହୋଇଥିବା ଯୁବତୀଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଥିବା ଜଣାପଡ଼ିଛି। ଯୁବତୀ ଚାଲାଣ ର‍୍ୟାକେଟ୍‌ ଏମାନଙ୍କୁ ଅପହରଣ କରି କେନିୟା ପଠାଇ ଦେଇଥିଲା। ଏନେଇ ଅଭିଯୋଗ ହେବାରୁ ଭାରତ ସରକାର କେନିୟାରେ ଥିବା ଭାରତୀୟ ହାଇକମିସନର ସୁଚିତ୍ରା ଦୁରାଇ ଓ ଫାଷ୍ଟ ସେକ୍ରେଟାରି କରନ ଯାଦବଙ୍କୁ ଏନେଇ ଅବଗତ କରାଇଥିଲେ। ଭାରତ ସରକାର ଓ କେନିୟା ପୁଲିସ୍‌ର ମିଳିତ ଉଦ୍ୟମରେ ଅପହୃତ ହୋଇଥିବା ଏହି ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର