ନୂଆଦିଲ୍ଲୀ: ଫୋର୍ବସ ମାଗାଜିନ ପକ୍ଷରୁ ପ୍ରସ୍ତୁତ ଧନୀ ଏସୀୟ ବ୍ୟକ୍ତିଙ୍କ ମଧ୍ୟରେ ଭାରତର ୩ ଜଣ ବଡ଼ ଧନୀ ବା ବିଲିୟନେୟାର ରହିଛନ୍ତି। ସେମାନେ ହେଲେ ଗୌତମ ଆଦାନି, ଶିବ ନାଦାର ଏବଂ ଅଶୋକ ସୁତା। ଚଳିତବର୍ଷ ଆଦାନି ୬୦ ବର୍ଷରେ ପଦାର୍ପଣ କରିବା ଅବସରରେ ୬୦ ହଜାର କୋଟି ଟଙ୍କାର ଦାନ ବିଷୟ ଘୋଷଣା କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଆଦାନି ଫାଉଣ୍ଡେସନ ଜରିଆରେ ଏହି ଅର୍ଥ ଖର୍ଚ୍ଚ କରାଯିବ। ସେହିଭଳି ଏଚସିଏଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର ଚଳିତବର୍ଷ ତାଙ୍କ ଫାଉଣ୍ଡେସନକୁ ୧୧୬୦୦ କୋଟି ଟଙ୍କା ଦାନ କରିଛନ୍ତି। ହାପିଏଷ୍ଟ ମାଇଣ୍ଡ୍ସ ଟେକ୍ନୋଲୋଜିଜ୍ର ପ୍ରତିଷ୍ଠାତା ଅଶୋକ ସୁତା ମଧ୍ୟ ଚିକିତ୍ସା କ୍ଷେତ୍ରରେ ଗବେଷଣା ପାଇଁ ଚଳିତବର୍ଷ ୬୦୦ କୋଟି ଟଙ୍କା ଦାନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp