ପୁଞ୍ଚ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ନ୍ୟାସନାଲ କନଫରେନ୍ସ ପକ୍ଷରୁ ରୋଡ୍ ସୋ’ ଚାଲିଥିବା ବେଳେ ଅଜଣା ଦୁର୍ବୃତ୍ତଙ୍କ ଛୁରୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।
ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଏବଂ ଅନନ୍ତନାଗରୁ ଦଳୀୟ ପ୍ରାର୍ଥୀ ମିଆଁ ଅଲତାଫ ରାଜୌରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ମେନ୍ଧର ଅଞ୍ଚଳରେ ଏହି ଘଟଣା ଘଟିଛି।
ଆହତମାନେ ହେଉଛନ୍ତି ନ୍ୟାସନାଲ କନଫରେନ୍ସର କର୍ମୀ। ସଙ୍ଗେ ସଙ୍ଗେ ସେମାନଙ୍କୁ ମେନ୍ଧର ଉପଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଇ ଥିଲା। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ରାଜୌରୀର ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ନ୍ୟାସନାଲ କନଫରେନ୍ସର ପୂର୍ବତନ ବିଧାୟକ ଜାଭେଦ ରାଣା ଏହି ଘଟଣାକୁ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ତ୍ରୁଟି ବୋଲି କହିଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ନ୍ୟାସନାଲ କନଫରେନ୍ସ ପକ୍ଷରୁ ରୋଡ୍ ସୋ’ ଚାଲିଥିବା ବେଳେ ଅଜଣା ଦୁର୍ବୃତ୍ତଙ୍କ ଛୁରୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।
ଏଭଳି ସୁରକ୍ଷା ମଧ୍ୟରେ ଆମ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି। ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଏବଂ ଅନନ୍ତନାଗରୁ ଦଳୀୟ ପ୍ରାର୍ଥୀ ମିଆଁ ଅଲତାଫ ରାଜୌରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ମେନ୍ଧର ଅଞ୍ଚଳରେ ଏହି ଘଟଣା ଘଟିଛି। ଆକ୍ରମଣକାରୀଙ୍କୁ ଧରାଯାଉ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମୁଁ ପୁଲିସ ନିକଟରେ ଦାବି କରୁଛି ବୋଲି ରାଣା କହିଛନ୍ତି।