ଶ୍ରୀହରିକୋଟା/ଜେରୁଜେଲମ: ଉପଗ୍ରହ ଉତକ୍ଷେପଣ ପାଇଁ ଭାରତ ଆସୁଛନ୍ତି ତିନି ବିଦେଶୀ ଛାତ୍ର | ଇସ୍ରାଏଲର ତିନି ଜଣ ଛାତ୍ର ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି | ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ହେବାକୁ ଥିବା ପିଏସଏଲଭି ସି-୪୮ ରକେଟ ପ୍ରକ୍ଷେପଣ ସମୟରେ ସେମାନେ ଉପସ୍ଥିତ ରହିବେ | କାରଣ ଏହି ରକେଟରେ ତିନିଜଣ ଛାତ୍ରଙ୍କ ଉପଗ୍ରହ 'ଡୁସିଫା-୩' ମଧ୍ୟ ମହାକାଶକୁ ଯିବ |
image source-newindianexpress.comଦକ୍ଷିଣ ଇସ୍ରାଏଲର ସାୟାର ହାନେଗେବ ହାଇସ୍କୁଲର ତିନିଜଣ ଛାତ୍ର(୧୮ ବର୍ଷ) ଏଲୋନ ୱେବରନବିକ, ମେଟାବ ଏସୁଲୀନ ଓ ସମ୍ୟୁଲ ଅବିବି ଆଜି ସନ୍ଧ୍ୟାରେ ଭାରତ ଅଭିମୁଖେ ବାହାରିବେ | ଡିସେମ୍ବର ୧୧ ତାରିଖରେ ଉପଗ୍ରହ ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ଥିବାବେଳେ 'ଡୁସିଫା-୩' ହେଉଛି ଛାତ୍ରଙ୍କ ଦ୍ୱାରା ନିର୍ମିତ ୩ୟ ଉପଗ୍ରହ |
ହରଜାଲିଆ ବିଜ୍ଞାନ କେନ୍ଦ୍ର ଓ ହାନେଗେବ ହାଇସ୍କୁଲର ମିଳିତ ପ୍ରଚେଷ୍ଟାରେ 'ଡୁସିଫା-୩'କୁ ନିର୍ମାଣ କରାଯାଇଛି | ଉପଗ୍ରହର ଆକାର ୧୦*୧୦*୩୦ ସେମି ଥିବାବେଳେ ଏହାର ଓଜନ ୨.୩ କିଲୋଗ୍ରାମ ରହିଛି | ଏହି ଉପଗ୍ରହ ମାଧ୍ୟମରେ ପୃଥିବୀର ବିଭିନ୍ନ କୋଣ ଅନୁକୋଣ ବାବଦରେ ଜଣାପଡିବା ସହ କୃଷକଙ୍କୁ ସହାୟତା ମିଳିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/isro-nsil.jpg)