ଚମ୍ବାରେ ରାସ୍ତାରୁ ବସ୍‌ ଖସି ଯିବାରୁ ୩ ମୃତ, ୫୫ ଆହତ

ଧରମଶାଳା: ବିଳମ୍ବିତ ବୁଧବାର ଚମ୍ବା ଜିଲ୍ଲାର ଭାରମୌର୍‌ ସବ୍‌ଡିଭିଜନ୍‌ ଅନ୍ତର୍ଗତ ଲୁନାରେ ଏକ ଘରୋଇ ବସ୍‌ ରାସ୍ତାରୁ ଖସି ଯିବାରୁ ୩ ଜଣ ଯାତ୍ରୀଙ୍କର ଜୀବନହାନି ହେବା ସହ ୫୫ ଜଣ ଆହତ ହୋଇଛନ୍ତି।

ମୃତବ୍ୟକ୍ତିମାନେ ହେଲେ ଭାର୍‌ମୌର୍‌ ଅନ୍ତର୍ଗତ କୁନ୍‌ର୍‌ ଗାଁ’ର ୫୦ ବର୍ଷୀୟ କୋଶଲ୍ୟା ଦେବୀ, ଚମ୍ବା ତହସିଲ୍‌ ଅନ୍ତର୍ଗତ ପଦର ଗାଁ’ର ୬୫ ବର୍ଷୀୟ ମାଖୋଲି ରାମ୍‌ ଏବଂ ନିୟାଗଲ୍‌ ଗାଁ’ର ୮୨ ବର୍ଷିୟ ଚତ୍ରୁ ରାମ୍‌।

ଆହତମାନଙ୍କୁ ଭାର୍‌ମୌର୍‌ ଏବଂ ଚମ୍ବାସ୍ଥିତ ଡାକ୍ତରଖାନାଗୁଡ଼ିରେ ଭର୍ତ୍ତି କରାଯାଇଛି। ସାଙ୍ଘାତିକ ଆହତ ୭ ଜଣଙ୍କୁ ତଣ୍ଡାସ୍ଥିତ ଡକ୍ଟର୍‌ ରାଜେନ୍ଦ୍ର ପ୍ରସାଦ ସରକାରୀ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଚମ୍ବା ସହର ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଦୁର୍ଘଟନା ଘଟିଥିଲା। ବସ୍‌ଟି ପାଲାମପୁରରୁ ଛତ୍ରାରି ଅଭିମୁଖେ ଯାଉଥିଲା।

ଗୋଟାଏ ତୀଖା ବୁଲାଣିରେ ଗାଡ଼ି ବୁଲାଇବା ସମୟରେ ଚାଳକ ବସ୍‌କୁ ଆୟତ୍ତ କରି ପାରି ନ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡୁଥିବା କଥା କହିଛନ୍ତି ଚମ୍ବା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମୋନିକା ଭୁତୁନଗ୍ରୁ।

ସେ କହନ୍ତି ଯଦି ଦୁର୍ଘଟନା ସ୍ଥଳରେ ଥିବା ବାଡ଼ା ବସ୍‌କୁ ନ ଅଟକାଇ ଥାଆନ୍ତା ତେବେ ବସ୍‌ ରବି ନଦୀରେ ପଡ଼ି ଅନେକ ଲୋକ ମରିଥାଆନ୍ତେ।
ପୁଲିସ ଘଟନାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀଏ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ।

ପର୍ବତ ଉପରେ ଅବସ୍ଥିତ ଛତ୍ରାରି ହେଉଛି ଚମ୍ବା ଠାରୁ ୫୦ କିଲୋମିଟର୍‌ ଦୂର ଏକ ଗାଅାଁ। ସେ ଗାଅାଁକୁ ଅଳ୍ପ କେତେ ଖଣ୍ଡ ବସ୍‌ ଚାଲେ।
ଗୁଡ଼ାଏ ତୀଖା ବାଙ୍କ ଏବଂ ଗୋଟିଏ ପଟେ ଗଭୀର ଖାଇ ଥିବାରୁ ସେ ଗାଁକୁ ଯୋଗ କରୁଥିବା ରାସ୍ତା ସବୁ ଭାରି ଦଗାବାଜ୍‌।

ସମ୍ବନ୍ଧିତ ଖବର