ମୁମ୍ବାଇରେ ଲଗାଣ ବର୍ଷା: କୋଠା ଭୁଶୁଡ଼ିବାରୁ ୩ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ଲଗାଣ ବର୍ଷାରେ ଭୁଶୁଡିଲା କୋଠା | କିଛି ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ମୁମ୍ବାଇରେ କୋଠା ଭୁଶୁଡି ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।

ଏହି ଘଟଣା ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଥିବା ଶିବାଜୀନଗରର ପ୍ଲଟ ନମ୍ବର ୩ ରେ ଘଟିଛି। ଖବର ପାଇ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିବାକୁ ବିଏମସି ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Mumbai Building Collapse: 8 Dead After 2 Buildings Collapse In Mumbai, Bodies Pulled Out Overnight
NDTV.com

ଗତ କିଛି ଦିନ ହେବ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଅନେକ କୋଠା ଭୁଶୁଡିବାର ଖବର ମିଳୁଛି | ପ୍ରବଳ ବର୍ଷା ଯୋଗୁଁ ଗତ ସପ୍ତାହରେ ମୁମ୍ବାଇରେ କୋଠା ଭୁଶୁଡ଼ିବାର ଅନେକ ଘଟଣା ଘଟିଛି। ଶୁକ୍ରବାର ଦିନ ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ପୂର୍ବାନୁମାନ କରି ପାଣିପାଗ ବିଭାଗ ସତର୍କ କରିଛି। ରବିବାର ଦିନ, ମୁମ୍ବାଇରେ ରାତାରାତି ଲଗାତାର ପ୍ରବଳ ବର୍ଷା ହେତୁ ଅତି କମରେ ୩୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର