ଗୌହାଟି: ଆସାମରେ ଭୂସ୍ଖଳନ। ଆସାମର ଦିମା ହସାଓ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ରାତିରେ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ଦିମା ହସାଓର ହାଫଲଙ୍ଗ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ତିନିଜଣ ଲୋକ ପ୍ରାଣ ହରାଇଛନ୍ତି। ଲଗାଣ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳପଥ ଏବଂ ସଡ଼କପଥ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏହା ସହ ଅନେକ ସ୍ଥାନରେ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ନୂତନ କୁଞ୍ଜଙ୍ଗ, ଫିଆଙ୍ଗପୁଇ, ମୌଲହୋଇ, ନାମଜୁରଙ୍ଗ, ଦକ୍ଷିଣ ବାଗେତାର, ମହାଦେବ ଟିଲା, କାଲିବାଡୀ, ଉତ୍ତର ବାଗେତାର, ସିୟୋନ ଏବଂ ଲୋଦି ପଙ୍ଗମାଲ ଗ୍ରାମରେ ଭୂସ୍ଖଳନ ଘଟିଛି। ଏଠାରେ ପ୍ରାୟ ୮୦ ଟି ଘର ଭୂସ୍ଖଳନ ପାଇଁ ପ୍ରଭାବିତ ହୋଇଛି। ଭୂସ୍ଖଳନ ହେତୁ ଜଟିଙ୍ଗା-ହରଙ୍ଗାଜାଓ ଏବଂ ମାହୁର-ଫାଇଡିଙ୍ଗରେ ରେଳପଥ ନଷ୍ଟ ହୋଇଛି। ଆସାମର ପାଞ୍ଚଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୨୫,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କଛାର ଅଞ୍ଚଳ, ଯେଉଁଠି ୨୧,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ପରେ କାର୍ବି ଅଙ୍ଗ୍ଲୋଙ୍ଗ ପଶ୍ଚିମରେ ପାଖାପାଖି ୨,୦୦୦ ଲୋକ ପ୍ରଭାବିତ ହୋଇଥିବା ବେଳେ ଧମାଜୀରେ ୬୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଦୁଇଟି ଜିଲ୍ଲାରେ ସ୍ଥାପିତ ମୋଟ ଦଶଟି ରିଲିଫ୍ କ୍ୟାମ୍ପରେ ଅତି କମରେ ୨୨୭ ଜଣ ଲୋକ ଆଶ୍ରୟ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ସ-142.jpg)