ଫ୍ଲୋରିଡା ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା; ୩ ମୃତ

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ପ୍ରଦେଶ ଆକାଶରେ ଦୁଇଟି କ୍ଷୁଦ୍ର ବିମାନ ପରସ୍ପର ସହ ଧକ୍କା ଖାଇବାରୁ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା କର୍ତ୍ତୃକ୍ଷମାନେ କହୁଛନ୍ତି।

ମଙ୍ଗଳବାର ରାତିରେ ଦୁର୍ଘଟଣା ଘଟିଛି ବୋଲି ଫେଡେରାଲ୍‌ ଆଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ କହିଛି। ୪ର୍ଥ ଯାତ୍ରୀଙ୍କର ପତ୍ତା ମିଳିନାହିଁ ବୋଲି ଜିନ୍‌ହୁଆ ଖବର ସରବରାହ ଏଜେନ୍‌ସି କହିଛି। ବାସ୍ତବରେ ଚତୁର୍ଥ ଯାତ୍ରୀ କେହି ଥିଲେ କି, ନାହିଁ ତାହା ମଧ୍ୟ ନିଶ୍ଚିତ କରି କହି ହେଉନାହିଁ। ରାତ୍ରୀ ଓ ଅନ୍ଧକାର ଯୋଗୁଁ ତଲାସ ଅଭିଯାନରେ ବାଧା ଉପୁଜିଛି। ବୁଧବାର ଖରା ପଡ଼ିଲେ ପୁଣି ତଲାସ ଅଭିଯାନ ଚାଲୁ ରହିବ।

ପୀଡ଼ିତମାନଙ୍କର ମଧ୍ୟ ପରିଚୟ ମିଳିନାହିଁ। କିନ୍ତୁ ବିଶ୍ୱାସ କରାଯାଉଛି କି, ବିମାନ ପ୍ରଶିକ୍ଷକଙ୍କ ଦ୍ୱାରା ବିମାନଗୁଡ଼ିକ ଚଳା ଯାଉଥିଲା। ସେମାନଙ୍କ ମଧ୍ୟରୁ ଜଣେ ୨୨ ବର୍ଷିୟ ଜର୍ଜ ସାନ୍‌ସେଜ୍‌ ବୋଲି ଅନୁମାନ କରାଯାଉଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ପୁଲିସ ତିନି ଜଣ ପୀଡ଼ିତଙ୍କ ପରିଚୟ ପାଇଛି ବୋଲି କୁହାଯାଉଛି। ସେମାନେ ହେଲେ: ୨୨ ବର୍ଷିୟ ଜର୍ଜ ସାନ୍‌ଚେଜ୍‌, ୭୨ ବର୍ଷିୟ ରାଲ୍‌ଫ୍‌ ନାଇଟ୍‌ ଏବଂ ୧୯ ବର୍ଷୀୟ ନିଶା ସେଜ୍‌ଓ୍ଵାଲ୍‌।

ମିଆମି ଡେଡ୍‌ କାଉଣ୍ଟି ମେୟର୍‌ କାର୍ଲୋସ୍‌ ଏ. ଜିମେଞ୍ଜ୍‌ ଗଣମାଧ୍ୟମକୁ କହିଛି ଉଭୟ ବିମାନ ଡିନ୍‌ ଇଣ୍ଟର୍‌ନେସ୍‌ନାଲ୍‌ର। ଏହି ବିମାନ ଚାଳନା ଶିକ୍ଷା ସ୍କୁଲ୍‌ର ମନ୍ଦ ଇତିହାସ ରହିଛି। ଗତ ଦଶନ୍ଦି ଭିତରେ ଡିନ୍‌ ଇଣ୍ଟର୍‌ନେସ୍‌ନାଲ୍‌ ଦୁଇ ଡଜନ୍‌ ସରିକି ଦୁର୍ଘଟଣା ଘଟାଇ ସାରିଛି

ସମ୍ବନ୍ଧିତ ଖବର