ବାଙ୍ଗାଲୁରୁ : ପାଣିଟାଙ୍କି ନିର୍ମାଣ ପାଇଁ ବନ୍ଧାଯାଇଥିବା ଭାଡା ଭାଙ୍ଗିପଡିବାରୁ ୩ ଶ୍ରମିକ ମୃତ,୧୧ ଆହତ

ବାଙ୍ଗାଲୁରୁ : ବାଙ୍ଗାଲୁରୁରେ ଏକ ପାଣିଟାଙ୍କି ନିର୍ମାଣ ପାଇଁ ବନ୍ଧାଯାଇଥିବା ଭାଡ଼ା ଭାଙ୍ଗିଯିବାରୁ ୩ ଜଣ ଶ୍ରମିକ ମୃତ୍ୟୁବରଣ କରିବା ସହ ଆଉ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି ।

ପୁଲିସ ସୁତ୍ରରୁ ପ୍ରକାଶ ଯେ ବାଙ୍ଗାଲୋର ଜଳଯୋଗାଣ ଓ ସ୍ୱିରେଜ ବୋର୍ଡ ପକ୍ଷରୁ ସ୍ୱିରେଜ ପ୍ଲାଣ୍ଟ ପାଇଁ ଦୁଇଟି ବୃହତ ପାଣିଟାଙ୍କି ନିର୍ମାଣ କରାଯାଉଛି । ଏଥିପାଇଁ ସେଣ୍ଟ୍ରିଂ ଭାଡା ବନ୍ଧା ଯାଇଥିଲା । କିନ୍ତୁ ଶ୍ରମିକମାନେ କାମ କରିବାବେଳେ ଉକ୍ତ ଭାଡା ଭୁଷୁୁଡି ପଡିଥିଲା । ଫଳରେ ସେଠାରେ ଥିବା ୨୦ ଶ୍ରମିକ ତା ତଳେ ଦବିଯାଇଥିଲେ । ଖବର ପାଇଁ ପୁଲିସ ଓ ବିପର୍ଯ୍ୟୟ ପ୍ରଶମନ ଟିମ ଘଟଣାସ୍ଥଳରେ ପହଞ୍ଚି ଫଶିରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ କର୍ଣ୍ଣାଟକର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତି ରାଜ ମନ୍ତ୍ରୀ କ୍ରିଷ୍ଣା ବାରେଗୌଡା ପହଞ୍ଚିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର