ଜମ୍ମୁ-କଶ୍ମୀର: ସୁରକ୍ଷା ବଳ ଦ୍ବାରା ୩ ଲସ୍କର-ଇ-ତୋଏବା ଆତଙ୍କବାଦୀ ଗିରଫ

ଜମ୍ମୁ: ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ଶନିବାର ଜମ୍ମୁ-କଶ୍ମୀରର ରାଜୌରି ଜିଲ୍ଲାରୁ ସୁରକ୍ଷା ବଳ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଜମ୍ମୁ-କଶ୍ମୀର ପୁଲିସ୍‌ ଦେଇଥିବା ସୂଚନା ମୁତାବକ, ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ଡ୍ରୋନ୍‌ ମଧ୍ୟମରେ ଅସ୍ତ୍ରଶସ୍ତ୍ର ଓ ଗୁଳି ଗ୍ରହଣ କରିିଥିଲେ।

ସରକ୍ଷା ବାହିନୀର ଯୁଗ୍ମ ଟିମ୍‌ ଏହି ଗିରଫ କରିଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ସୂଚନା ଦେଇ କହିଛି। ଚିହ୍ନଟ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ରାହୁଲ ବଶିର, ଆମୀର ଜନ ଏବଂ ହାଫିଜ ୟୁନିସ ୱାନି। ସେମାନେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଓ ସୋପିଆନ ଜିଲ୍ଲାର ବୋଲି ଜାଣିବାକୁ ମିଳିଛି। ପାକିସ୍ତାନରୁ ଡ୍ରୋନ୍‌ ଯୋଗରେ ଆସୁଥିବା ଅସ୍ତ୍ରଶସ୍ତ୍ରକୁ ଗ୍ରହଣ କରିବାକୁ ସେ ରାଜୌରି ଯାଇଥିବା ବେଳେ ସୁରକ୍ଷା ବଳ ହାତରେ ଧରା ପଡ଼ିଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି।


OdishaTV

ଏହି ୩ ଆତଙ୍କବାଦୀ ଲସ୍କ-ଇ-ତୋଏବାର ବୋଲି ପୁଲସ୍‌ ଆଇଜି ମୁକେଶ ସିଂ ସ୍ପଷ୍ଟ କରିଛନ୍ତି। ତେବେ ସେମାନଙ୍କ ନିକଟରୁ ୨ଟି ଏକେ-୫୬ ରାଇଫଲ୍‌, ୧୮୦ ରାଉଣ୍ଡ୍‌ ସହିତ ୬ଟି ଏକେ-ମାଗାଜିନ୍‌, ଦୁଇଟି ଚାଇନିଜ ପିସ୍ତଲ, ୩୦ ରାଉଣ୍ଡ ସହିତ ତିନୋଟି ପିସ୍ତଲ ମାଗାଜିନ୍‌, ଚାରିଟି ଗ୍ରେନେଡ୍‌ ଜବତ ହୋଇଛି। କେବଳ ସେତିକି ନୁହେଁ, ଏକ ଲକ୍ଷ ଟଙ୍କା ମଧ୍ୟ ଉଦ୍ଧାର ହୋଇଛି ସେମାନଙ୍କ ନିକଟରୁ।

ସମ୍ବନ୍ଧିତ ଖବର