ଶ୍ରୀନଗର: ମୁଜଗୁଣ୍ଡ ଠାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଚାଲି ଥିବା ଗୁଳିବିନିମୟ ଯୋଗୁଁ ରବିବାର ସକାଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳିବିନମୟ କାରଣରୁ ୫ ଜଣ ଯବାନ ମଧ୍ୟ ଆହତ ହୋଇ ଥିବା ପ୍ରକାଶ।

Advertisment

ଆତଙ୍କବାଦୀମାନେ ଲଶ୍କର୍‌-ଏ-ତୈବା ସଙ୍ଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ଗୁଳି ବିନିମୟ ସ୍ଥଳରୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧପୋଯୋଗୀ ସାମଗ୍ରୀ ଉଦ୍ଧାର କରା ଯାଇଛି।

ଜମ୍ମୁ ଓ କଶ୍ମୀର ପୁଲିସ କହିଛି: ତିନିଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରା ଯାଇ ସେମାନଙ୍କ ଶବ ଉଦ୍ଧାର କରାଯାଇଛି। ନିହତ ଆତଙ୍କବାଦୀମାନଙ୍କ ପରିଚୟ ଏବଂ ଅନୁବନ୍ଧନ ମଧ୍ୟ ସଂଗ୍ରହ କରା ଯାଇଛି। ଏନ୍‌କାଉଣ୍ଟର୍‌ ସ୍ଥଳରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏକ ମାମଲା ରୁଜୁ କରାଯାଇ ଘଟନା ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି।

ଶନିବାର ଦିନ ଏନ୍‌କାଉଣ୍ଟର୍‌ ଆରମ୍ଭ ହେବା ପରେ ପରେ ଶ୍ରୀନଗର ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ସ୍ଥଗିତ ରଖା ଯାଇଛି।