ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ : ଆମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଲା ସେନା

ଶ୍ରୀନଗର: ଗତ ଜୁଲାଇ ମାସରେ ଅମରନାଥ ଯାତ୍ରୀଙ୍କ ବସକୁ ଆକ୍ରମଣ କରିଥିବା ଦୁଇଜଣ ପାକିସ୍ତାନୀ ଆତଙ୍କବାଦୀ ସହିତ ଲସ୍କର ଇ ତୋଇବାର ତିନି ଜଣ ଆତଙ୍କବାଦୀ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ଏହା ସହିତ ଅମରନାଥ ଯାତ୍ରୀଙ୍କ ଉପରକୁ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷା କର୍ମୀ।

ଅମରନାଥ ଯାତ୍ରୀଙ୍କୁ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଇସମାଇଲକୁ ପୂର୍ବରୁ ସେନା ମାରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଲିସ ୩ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ହତ୍ୟା କରିଛି। ସେଥିମଧ୍ୟରେ ଦୁଇଜଣ ବିଦେଶୀ( ପାକିସ୍ତାନୀ) ଆତଙ୍କବାଦୀ ଥିବା ବେଳେ ଜଣେ ସ୍ଥାନୀୟ ଆତଙ୍କବାଦୀ ଅଛି। ଦକ୍ଷିଣ କାଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ଏନକାଉଣ୍ଟରରେ ୟେଓ୍ଵାର ବସିର,ଅବୁୁ ଫୁରକାନ ଓ ଅବୁ ମାଭିୟା ଥିବା ପୁଲିସ ପକ୍ଷରୁ କୁହାଯାଇଛି।

ବସୀର ଗତ ଫେବ୍ରୁଆରି ମାସରେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇନେବା ସହିତ ଲସ୍କର ଇ ତୋଇବା ସଙ୍ଗଠନରେ ସାମିଲ ହୋଇଥିଲା। ସେହିପରି ପରକାନ ଅବୁ ଇସମାଇଲ ମୃତ୍ୟୁ ପରେ ଦକ୍ଷିଣ କଶ୍ମୀରରେ ଲସ୍କର ଇ ତୋଇବାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା। ଏହି ସଂଘର୍ଷ ବେଳେ ଖସି ପଳାଇଥିବା ରସିଦ ଅହମ୍ମଦ ନାମକ ଜଣେ ଆତଙ୍କବାଦୀଙ୍କୁ ଅନନ୍ତନାଗ ଜିଲ୍ଲାର ଏକ ହସପିଟାଲ ପରିସରରୁ ଗିରଫ କରାଯାଇଛି। ତା’ ଠାରୁ ଚୀନ ନିର୍ମିତ ପିସ୍ତଲ ଓ ଗୁଳି ଜବତ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତକାଲି ଅପରାହ୍ଣରେ ଶ୍ରୀନଗର ଅଭିମୁଖେ ଯାଉଥିବା ସେନା ଗାଡ଼ି ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ପରେ ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଆତଙ୍କବାଦୀମାନେ ଏକ ଘରେ ଲୁଚିଥିବା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଯବାନମାନେ ଉକ୍ତ ଘରକୁ ଚାରିଆଡୁ ଘେରି ଯାଇଥିଲେ।

ଜମ୍ମୁ-କାଶ୍ମୀର ପୋଲିସ୍‌ ମୁଖ୍ୟ କହିଛନ୍ତି- ଅବୁ ଇସମାଇଲ ପରେ ଏବେ ଅବୁ ମାଭିୟା, ଫରକାନ ଓ ବସୀରକୁ ସେନା ମାରିବାକୁ ସକ୍ଷମ ହୋଇଛି। ଏହାସହ ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ସମସ୍ତ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀମାନେ ନିପାତ କରିଦେଇଛନ୍ତି।


ପୁଲିସ ପକ୍ଷରୁ କୁହାଯାଇଛି ଯେ ଫରକାନ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲା। ଏପରିକି ଅମରାନାଥ ଯାତ୍ରୀଙ୍କ ବସ ଉପରକୁ ଯେଉଁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ, ପରକାନ ଏହାର ପ୍ରମୁଖ ସଦସ୍ୟ ଥିଲା।

ସମ୍ବନ୍ଧିତ ଖବର