ୱାସିଂଟନ୍: ବୁଧବାର ରାତିରେ ନ୍ୟୁୟର୍କର କ୍ବିନ୍ସରେ ଏକ ନାଇଟ୍ କ୍ଲବ୍ ବାହାରେ ଗଣ ଗୁଳିକାଣ୍ଡ ହୋଇଛି। ଏହି ଗୁଳିକାଣ୍ଡରେ ୧୦ ଜଣ ଆହତ ହୋଇଛନ୍ତି। ଆମାଜୁରା ନାଇଟକ୍ଲବ୍ ନିକଟରେ ଗତରାତି ୧୧.୨୦ ସମୟରେ ଏହି ଗଣଗୁଳିକାଣ୍ଡ ଘଟିଥିଲା। ମିଳିଥିବା ସୂଚନାନୁଯାୟୀ ଆମାଜୁରା କ୍ଲବ୍ରେ ନିୟମିତ ଭାବେ ନାଚଗୀତ ହୋଇଥାଏ। ଗତକାଲି ଜଣେ ଜଣାଶୁଣା ଗ୍ୟାଙ୍ଗ୍ ମେମ୍ବର୍ ପାଇଁ ଏକ ପାର୍ଟି ଥିଲା। ନାଇଟ୍ କ୍ଲବ୍ ବାହାରେ ପ୍ରାୟ ୮୦ ଜଣ ଥିଲେ। ସେମାନେ କ୍ଲବ୍ ଭିତରକୁ ପଶିବାପାଇଁ ଅପେକ୍ଷା କରିଥିବା ବେଳେ ଗୁଳିକାଣ୍ଡ ଘଟିଥିଲା।
ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ତେବେ ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୩ଟି ଆତଙ୍କବାଦୀ ଆକ୍ରମଣ ହୋଇଛି। ବୁଧବାର ପ୍ରଥମେ ନ୍ୟୁ ଅର୍ଲିନ୍ସରେ ଆତଙ୍କବାଦୀ ଆକ୍ରମଣ ହୋଇ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଅନ୍ୟ ଏକ ଘଟଣାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍ଙ୍କ ଲସ ଭେଗାସ୍ ହୋଟେଲ୍ ବାହାରେ ପାର୍କ୍ ହୋଇଥିବା ଏକ ଟେସଲା ସାଇବର ଟ୍ରକ୍ ବିସ୍ଫୋରଣ ହୋଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ତେବେ ଉକ୍ତ ୩ଟି ଆକ୍ରମଣ ପରସ୍ପର ସହ ଜଡ଼ିତ କି ନା’ ତାହା ଜଣାପଡ଼ିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/03/6wrvQw9w95nt1khY9djK.jpg)