ଝାଡଖଣ୍ଡରେ ଏନ୍‌କାଉଣ୍ଟରରେ ୩ ମାଓବାଦୀ ମୃତ

ଗୁମ୍‌ଲା:ଝାଡଖଣ୍ଡର ଗୁମଲାଠାରେ ମାଓବାଦୀଙ୍କୁ ନିପାତ କରିବାରେ ସୁରକ୍ଷାବଳକୁ ବଡ଼ ଧରଣର ସଫଳତା ମିଳିଛି। ଆଜି ସକାଳେ ଗୁମଲାରେ ସୁରକ୍ଷା ବଳରୁ ଏନ୍‌କାଉଣ୍ଟର କରାଯାଇଥିଲା। ଏଥିରେ ତିନି ମାଓବାଦୀଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛିି। ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ରାଇଫଲ୍‌ ମଧ୍ୟ ମିଳିଛି। ଏବେ ବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ସେଠାରେ ଆଉ କେତେକ ମାଓବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗୁମଲାର କାମଡାରା ଥାନା ଅଞ୍ଚଳରେ କେତେକ ମାଓବାଦୀ ଲୁଚି ରହିଥିଲେ ବୋଲି ଖବର ମିଳିଥିଲା। ତାପରେ ସେମାନଙ୍କୁ ଘେରାବନ୍ଦୀ କରି ମାଓବାଦୀ ମାନଙ୍କୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ମାଓବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳିଚାଳନା କରିଥିଲେ। ଏହାର ମୁକାବିଲା କରିବାକୁ ସୁରକ୍ଷାବଳ ପକ୍ଷରୁ ଉପରକୁ ଗୁଳି ଚାଳନା କରାଯାଇଥିଲା। ଏହା ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

ଏଠାରେ ସୂଚନାଯୋଗ୍ୟ ଯେ,ଗତ ମାସରେ ଝାଡଖଣ୍ଡର ପଶ୍ଚିମ ସିଂହଭୂମୀ ଜିଲ୍ଲାରେ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କୁ ମାରିଥିଲେ ସୁରକ୍ଷା ବଳ।

ସମ୍ବନ୍ଧିତ ଖବର