ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଫକ୍ସ ନ୍ୟୁଜ୍ ଅନୁଯାୟୀ, ଟ୍ରମ୍ପ ପ୍ରାୟ ୨୭୦ ଇଲେକ୍ଟୋରାଲ୍ କଲେଜ୍ ଭୋଟର ମ୍ୟାଜିକ୍ ନମ୍ବରକୁ ଛୁଇଁଛନ୍ତି। ତେବେ ନିର୍ବାଚନ ଫଳାଫଳ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ଯାଉଛନ୍ତି।
୨୦୧୫ରେ ରିପବ୍ଲିକାନ୍ ପାର୍ଟି ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଡେମୋକ୍ରାଟିକ୍ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ତେବେ ସେ ୨୦୨୦ରେ ପରାଜିତ ହୋଇଥିଲେ। ସେ ୨୦୨୪ରେ ପୁଣି ଥରେ ଜିତିଛନ୍ତି।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ରାଜନୈତିକ କ୍ୟାରିୟର ତଥା ବ୍ୟକ୍ତିଗତ ଜୀବନ ପାଇଁ ସମ୍ବାଦରେ ଅଛନ୍ତି। ୭୮ ବର୍ଷୀୟ ଟ୍ରମ୍ପଙ୍କର ଚାରି ଭାଇଭଉଣୀ ଅଛନ୍ତି। ସେ ମଧ୍ୟ ତିନିଥର ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚ ସନ୍ତାନ ଅଛନ୍ତି।
ଡୋନାଲ୍ଡ ଟ୍ରମ୍ପଙ୍କ ମାତାଙ୍କ ନାମ ମେରୀ ଟ୍ରମ୍ପ୍ ଏବଂ ପିତାଙ୍କ ନାମ ଫ୍ରେଡେରିକ୍ ଟ୍ରମ୍ପ। ତାଙ୍କ ମା’ ସ୍କଟଲ୍ୟାଣ୍ଡରେ ଏବଂ ପିତା ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ। ମେରି ଏବଂ ଫ୍ରେଡେରିକଙ୍କର ପାଞ୍ଚ ଜଣ ସନ୍ତାନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଟ୍ରମ୍ପ। ତାଙ୍କ ନମ୍ବର ଭାଇଭଊଣୀଙ୍କ ମଧ୍ୟରେ ଚତୁର୍ଥ। ଟ୍ରମ୍ପଙ୍କର ଦୁଇ ଭାଇ ଏବଂ ଦୁଇ ଭଉଣୀ ଅଛନ୍ତି। ତାଙ୍କର ଜଣେ ଭାଇଙ୍କର ମୃତ୍ୟୁ ହୋଇଛି। ଟ୍ରମ୍ପଙ୍କ ଭଉଣୀଙ୍କ ନାମ ମାରିଆନେ ଏବଂ ଏଲିଜାବେଥ। ତାଙ୍କ ଭାଇମାନଙ୍କ ନାମ ହେଉଛି ଫ୍ରେଡ୍ ଜୁନିୟର ଏବଂ ରୋବର୍ଟ। ଟ୍ରମ୍ପଙ୍କ ଭାଇଭଉଣୀମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ନାମ ଅର୍ଜନ କରିଛନ୍ତି।
ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ୧୯୭୭ ମସିହାରେ ମଡେଲ ଇଭାନାଙ୍କୁ ବିବାହ କରିଥିଲେ। ଇଭାନାଙ୍କର ସନ୍ତାନ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ ଜୁନିୟର, ଇଭାଙ୍କା ଟ୍ରମ୍ପ ଏବଂ ଏରିକ୍। ୧୯୯୦ ଇଭାନାଙ୍କ ସହ ଟ୍ରମ୍ପଙ୍କର ଛାଡପତ୍ର ହୋଇଥିଲା। ଇଭା୧୯୯୩ମସିହାରେ ଆମେରିକୀୟ ଅଭିନେତ୍ରୀ ମାର୍ଲା ମାପଲେସଙ୍କୁ ବିବାହ କରିଥିଲେ। ଡୋନାଲ୍ଡ ଏବଂ ୫୫ବର୍ଷିୟ ମାର୍ଲାଙ୍କର ୨୩ ବର୍ଷର ଝିଅ ଟିଫାନି ଅଛନ୍ତି।
୧୯୯୯ ମସିହାରେ ଡୋନାଲ୍ଡ ଏବଂ ମାର୍ଲାଙ୍କର ଛାଡପତ୍ର ହୋଇଥିଲା। ଟ୍ରମ୍ପ ୨୦୦୫ରେ ମେଲାନିଆଙ୍କୁ ବିବାହ କରିଥିଲେ, ଯିଏକି ତାଙ୍କର ବର୍ତ୍ତମାନର ପତ୍ନୀ । ସ୍ଲୋଭେନିଆରେ ଜନ୍ମିତ ୪୯ ବର୍ଷ ବୟସ୍କା ମେଲାନିଆ ଜଣେ ପୂର୍ବତନ ମଡେଲ। ଟ୍ରମ୍ପ୍ ଏବଂ ମେଲାନିଆଙ୍କର ଏକ ୧୩ ବର୍ଷର ପୁଅ ବୈରନ୍ ଅଛନ୍ତି ।
ଅଧିକ ପଢ଼ନ୍ତୁ: 'ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ, ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ': ଏକ ନିଆରା ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଆମେରିକାର ୪୭ ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ନ୍ୟୁୟର୍କର ବିଲିୟନେୟାର ଟ୍ରମ୍ପ ତାଙ୍କ ବ୍ୟବସାୟୀ ପିତାଙ୍କଠାରୁ ବିପୁଳ ଧନ ପାଇଛନ୍ତି। ୧୯୬୮ ମସିହାରେ ହାର୍ଟଟନ୍ ସ୍କୁଲରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ସମାପ୍ତ କରିବା ପରେ ସେ ତାଙ୍କ ପିତାଙ୍କ ରିଏଲ୍ ଇଷ୍ଟେଟ୍ ବ୍ୟବସାୟରେ ଯୋଗ ଦେଇଥିଲେ । ତାଙ୍କ ପିତାଙ୍କ ସହ ଟ୍ରମ୍ପ ଏକ ବ୍ରାଣ୍ଡ ଭାବରେ ତାଙ୍କ ନାମ କରିଥିଲେ। ୨୦୦୦ମସିହାରେ, 'ଆପ୍ରେଣ୍ଟିସ୍' ନାମକ ଏକ ଟିଭି ଶୋ ଟ୍ରମ୍ପଙ୍କୁ ପ୍ରସିଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ଅଧିକ ପଢ଼ନ୍ତୁ: ଆମେରିକା ନିର୍ବାଚନ ସମୟରେ ଇସ୍ରାଏଲ ଆକ୍ରମଣ ଯୋଜନା: ୪୦୦ କ୍ଷେପଣାସ୍ତ୍ର ସହିତ ପ୍ରସ୍ତୁତ ଇରାନ