ଋଣ ଶୁଝିପାରିଲେନି, ପରିବାରର ୩ ଜଣଙ୍କର ଆତ୍ମହତ୍ୟା ଉଦ୍ୟମ

0

ବେଙ୍ଗାଲୁରୁ : ଋଣ ବୋଝରେ ଆତ୍ମହତ୍ୟା ଉଦ୍ୟମ କଲେ ପରିବାରର ୩ ଜଣ ସଦସ୍ୟ | ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାରର ମୁଖ୍ୟଙ୍କୁ ଗିରଫ କରାଯାଇଛି | ବେଙ୍ଗାଲୁରୁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି | ମିଳିଥିବା ସୂଚନା ମୁତାବକ, ଶନିବାର ରାତିରେ ସୁରେଶ ବାବୁ ନାମକ ବ୍ୟକ୍ତି ନିଜ ପୁଅକୁ ଫାଶୀ ଲଗାଇଦେଇଥିଲେ | ଏହା ପରେ ପତ୍ନୀ ଗୀତାଙ୍କୁ ମଧ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ |

ପୁଲିସର କହିବା ମୁତାବକ ପରିବାରର ୪ ଜଣ ସଦସ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ୧୭ ବର୍ଷୀୟ ଝିଅ ଆତ୍ମହତ୍ୟା କରିବାକୁ ମନା କରିଦେଇଥିଲା | ତେବେ କୁହାଯାଉଛି ସୁରେଶ ଏକ ଟ୍ରାଭେଲ ଏଜେନ୍ସିର ସେଲସ ଏକଜ୍ୟୁକୁଟିଭ ଭାବେ କାମ କରନ୍ତି | ସୁରେଶଙ୍କ ଝିଅ ଏହି ଆତ୍ମହତ୍ୟାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହାକି ଏବେ ଭାଇରଲ ହୋଇଛି | ଏଥିରେ ଦେଖିବାକୁ ମିଳିଛି ଯେ ସୁରେଶ ପ୍ରଥମେ ନିଜ ପୁଅକୁ ଫାଶୀରେ ଲଗାଇ ଦେଇଥିବାବେଳେ ସ୍ତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ |

୩ ମିନିଟ ୪୭ ସେକେଣ୍ଡର ପ୍ରସ୍ତୁତ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସୁରେଶ ନିଜ ପୁଅର ଗଳା ଚିପି ପ୍ରଥମେ ହତ୍ୟା କରିଥିଲେ। ଏହାପରେ ରଶିରେ ଝୁଲାଇଦେଇଥିଲେ | ପୋଲିସର କହିବା ମୁତାବକ ଗୀତା ଏକ  ଚିଟଫଣ୍ଡ  ଚଲାଉଥିଲେ | କିନ୍ତୁ ଏଥିରେ ବହୁ ମାତ୍ରାରେ କ୍ଷତି ହୋଇଥିଲା | ଏଥିରେ ନିବେଶ କରୁଥିବା ଲୋକ ନିଜର ପଇସା ଫେରି ପାଇବାକୁ ଚାପ ପ୍ରୟୋଗ କରୁଥିଲେ | ଏଥିପାଇଁ ପୁରା ପରିବାର ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ | ସୁରେଶ କହିଛନ୍ତି ଯେ ସେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ, କିନ୍ତୁ ତାଙ୍କ ଝିଅ ବଂଚାଇଦେଇଥିଲା |

ସମ୍ବନ୍ଧିତ ଖବର