ନଏଡ଼ା: ଆର୍ଥିକ ସଙ୍କଟ ପାଇଁ ଦେଶରେ ଆତ୍ମହତ୍ୟା ସଂଖ୍ୟା ବଢ଼ିଚାଲିଛି। ବିଭିନ୍ନ ସ୍ଥାନରେ ଆର୍ଥିକ ସଙ୍କଟ ପାଇଁ ପରିବାରର ସମସ୍ତ ସଦସ୍ୟ ଏକସଙ୍ଗରେ ଜୀବନ ହାରୁଛନ୍ତି। ଏବେ ନଏଡ଼ାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରରେ ସ୍ବାମୀ , ସ୍ତ୍ରୀ ଏବଂ ଝିଅ ଆତ୍ମହତ୍ୟା କରିଛନ୍ତି। ଏକ ଘରୋଇ ସଂସ୍ଥାରେ ଜେନେରାଲ ମ୍ୟାନେଜର ଭାବେ କାମ କରୁଥିବା ଜଣେ ୩୩ ବର୍ଷର ଯୁବକ ଋଣଗ୍ରସ୍ତ ହୋଇପଡ଼ିବାରୁ ମେଟ୍ରୋ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ୫ ବର୍ଷର ଝିଅ ସେମାନଙ୍କ ସେକ୍ଟର ୧୨୮ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଉକ୍ତ ୩୩ ବର୍ଷୀୟ ଯୁବକ ଦିଲ୍ଲୀର ଏକ ଘରୋଇ କମ୍ପାନିରେ ଜେନେରାଲ ମ୍ୟାନେଜର ଭାବେ କାମ କରୁଥିଲେ। ପତିଙ୍କ ଆତ୍ମହତ୍ୟା ଖବର ପାଇବା ପରେ ପତ୍ନୀ ପ୍ରଥମେ ତାଙ୍କ ଝିଅକୁ ଫ୍ୟାନ୍ରେ ଝୁଲାଇ ଦେଇଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ପରିବାର ଜଟିଳ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ।
ଆର୍ଥିକ ସଙ୍କଟ ନେଲା ୩ ଜୀବନ, ନଏଡ଼ାରେ ସ୍ବାମୀ, ସ୍ତ୍ରୀ ଏବଂ ଝିଅର ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/10/Suicide-poision.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)