ଝାଡ଼ଖଣ୍ଡରେ ୫୦ବର୍ଷୀୟ ମହିଳାଙ୍କ ସହ ବର୍ବରତା, ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେଲେ ଦୁର୍ବୃତ୍ତ

ଚତରା(ଝାଡ଼ଖଣ୍ଡ): ଉତ୍ତରପ୍ରଦେଶ ପରେ ଏବେ ଝାଡ଼ଖଣ୍ଡରେ ପୁଣି ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିଲ୍ଲୀର ନିର୍ଭୟା କାଣ୍ଡ ଭଳି ଘଟଣା ଘଟିଛି ଝାଡ଼ଖଣ୍ଡର ଚତରାରେ। ଶୌଚ ହେବାକୁ ଯାଇଥିବା ଜଣେ ୫୦ବର୍ଷୀୟ ବିଧବା ମହିଳାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିବା ଏବଂ ପରେ ତାଙ୍କ ବ୍ୟକ୍ତିଗତ ଅଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ଗୁରୁବାର ଘଟିଥିବା ବେଳେ ଏବେ ପୀଡ଼ିତା ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେବେ ଏହି ଘଟଣାର ଅଭିଯୋଗ ହେବା ପରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବା ଜଣାପଡ଼ିଛି।

Jharkhand: 35-year-old woman gangraped by 17 drunk men | Catch News
Catch News

ସୂଚନା ମୁତାବକ, ଗୁରୁବାର ରାତି ୧୦ଟାରେ ପୀଡ଼ିତା ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏହା ସହ ବ୍ୟକ୍ତିଗତ ଅଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେଇଥିଲେ। ଦୁଷ୍କର୍ମ ବିଷୟରେ କାହାକୁ ଜଣାଇଲେ, ପରିସ୍ଥିତି ଏହାଠାରୁ ଆହୁରି ଭୟାବହ ହେବ ବୋଲି ଧମକ ଦେଇ ସେଠାରୁ ଚମ୍ପଟ ମାରିଥିଲେ ୩ଦୁର୍ବୃତ୍ତ। ଅନ୍ୟ ପକ୍ଷରେ ପୀଡ଼ିତା ଘରକୁ ଫେରିବାକୁ ବିଳମ୍ବ କରିବାରୁ ପରିବାର ଲୋକେ ତାଙ୍କୁ ଆଖ ପାଖ ଅଞ୍ଚଳରେ ଖୋଜିବା ଆରମ୍ଭ କରିଥିଲେ। ପରେ ରକ୍ତାକ୍ତ ଅବସ୍ଥାରେ ପୀଡ଼ିତାଙ୍କୁ ପଡ଼ିଥିବାର ଦେଖି ପରିବାର ଲୋକେ ତାଙ୍କୁ ହଣ୍ଟରଗଞ୍ଜ କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଂକଟଜନକ ଥିବାରୁ ସେଠାରୁ ତାଙ୍କୁ ଗୟାର ଅନୁଗ୍ରହ ନାରାୟଣ ମଗଧ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର