ଜାମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ୩ଟି ସ୍ଥାନରେ ପାକିସ୍ତାନୀ ଡ୍ରୋନ୍ ଠାବ ହୋଇଛି। ଗତରାତି ପ୍ରାୟ ୮.୩୦ ସମୟରେ ବରୀ ବ୍ରାହ୍ମଣ, ଚିଲଦିଆ ଏବଂ ଗଗୱାଲ ଅଞ୍ଚଳରେ ଏହି ଡ୍ରୋନ୍ ଗୁଡିକ ଦେଖାଯାଇଥିଲା। ସୀମା ଆରପଟୁ ଏହି ଡ୍ରୋନ୍ ସଂଚାଳନ କରାଯାଉଥିଲା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାପରେ ଏହା ଗାଏବ ହୋଇଯାଇଥିଲା ବୋଲି ଜଣାପଡ଼ିଛି। ନିକଟରେ କାନାଛକ୍ ସୀମା ଅଂଚଳରେ ପାଞ୍ଚ କିଲୋର ବିସ୍ଫୋରକ (ଆଇଇଡି)ଥିବା ପାକିସ୍ତାନୀ ଡ୍ରୋନ୍କୁ ପୋଲିସ୍ ଜବତ କରିବାର ପ୍ରାୟ ଏକ ସପ୍ତାହ ପରେ ପୁଣି ପାକ୍ ଡ୍ରୋନ୍ ଠାବ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନ ଚିଲାଦିଆ ଅଂଚଳରେ ଗୋଟିଏ ଡ୍ରୋନ୍କୁ ଗୁଳି ମାଡ଼ କରିଥିଲେ। ବରୀ ବ୍ରାହ୍ମଣରେ ତଥା ଗଗୱାଲର ଜାମ୍ମୁ ପଠାନକୋଟ ରାଜପଥରେ କିଛି ସମୟ ପରେ ଅନ୍ୟ ଦୁଇଟି ଡ୍ରୋନ୍ ଆକାଶରୁ ଅଦୃଶ୍ୟ ହୋଇଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ସୁରକ୍ଷା ବାହିନୀ ଉକ୍ତ ଅଂଚଳ ଉପରେ କଡ଼ା ନଜର ରଖିଛି।
ଜମ୍ମୁ-କାଶ୍ମୀରରେ ପୁଣି ୩ ପାକିସ୍ତାନୀ ଡ୍ରୋନ୍ ଠାବ
/sambad/media/post_attachments/wp-content/uploads/2021/07/drone-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)