ସପ୍ତମ ପର୍ଯ୍ୟାୟରେ ଭାରତକୁ ଆସିଲା ୩ ଟି ରାଫେଲ ବିମାନ, ପଶ୍ଚିମବଙ୍ଗର ହାସୀମାରା ଏୟାରବେସରେ ହେବ ନିୟୋଜିତ

ନୂଆଦିଲ୍ଲୀ: ବୁଧବାର ରାତି ୩ଟାରେ ଭାରତରେ ପହଞ୍ଚିଛି ୩ଟି ଯୁଦ୍ଧ ବିମାନ ରାଫେଲ । ଏହାକୁ ମିଶାଇ ଭାରତକୁ ୨୪ ଟି ରାଫେଲ ବିମାନ ମିଳିସାରିଛି । ଏବେ ଆସିଥିବା ୩ଟି ରାଫେଲ ବିମାନକୁ ପଶ୍ଚିମବଙ୍ଗର ହାସୀମାରା ଏୟାରବେସଠାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଆସିଥିବା ୩ଟି ରାଫେଲ ବିମାନ କୌଣସି ସ୍ଥାନରେ ନଅଟକି ସିଧାସଳଖ ୮ ହଜାର କିଲୋମିଟର ଯାତ୍ରା କରିଥିବା ଜଣାପଡ଼ିଛି । ଏହି ବିମାନଗୁଡିକରେ ୟୁଏଇର ଏୟାରବେସର ୩୩୦ ମଲ୍ଟି-ରୋଲ ଟ୍ରାନ୍ସପୋର୍ଟ ବିମାନ ସହାୟତାରେ ଉଡନ୍ତା ଅବସ୍ଥାରେ ଇନ୍ଧନ ଭରାଯାଇଥିଲା । ଏବେ ଆସିଥିବା ୩ଟି ବିମାନ ପଶ୍ଚିମବଙ୍ଗର ହାସୀମାରା ଏୟାରବେସରେ ନିୟୋଜିତ କରାଯିବ ।

Rafale Fighter Jets Ambala air base IAF Indian air force Narendra Modi |  The Financial Express

ଉଲ୍ଲେଖଯୋଗ୍ୟ, ଭାରତ ସରକାର ୨୦୧୬ ରେ ଫ୍ରାନ୍ସଠାରୁ ୫୯ ହଜାର କୋଟି ଟଙ୍କାର ୩୬ ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଥିଲା । ଏବେ ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାତା କମ୍ପାନି ଡାସଲ୍ଡ ଭାରତକୁ ୨୪ଟି ବିମାନ ଯୋଗାଇ ଦେଇଥିବା ବେଳେ ୨୦୨୨ ଶେଷ ସୁଦ୍ଧା ବାକି ବିମାନଗୁଡିକ ଯୋଗାଇ ଦେବ ବୋଲି ଆଶା କରାଯାଉଛି | ଭାରତରେ କରୋନା ସଂକ୍ରମଣ କାରଣରୁ ରାଫେଲ ବିମାନ ଆସିବାରେ ଅନେକ ବିଳମ୍ବ ହୋଇଛି । ଭାରତରୁ ଫ୍ରାନ୍ସ ଯାଇଥିବା ଭାରତୀୟ ପାଇଲଟମାନଙ୍କୁ କ୍ୱାରେଣ୍ଟିନ ସହ ଅନେକ କଟକଣାର ସାମ୍ନା କରିବାକୁ ପଡିଛି ।

ସମ୍ବନ୍ଧିତ ଖବର