ନୂଆଦିଲ୍ଲୀ : ଆସନ୍ତା ବୁଧବାର ସୁଦ୍ଧା ଫ୍ରାନ୍ସରୁ ଆଉ ୩ଟି ରାଫେଲ ଲଢୁଆ ବିମାନ ଭାରତରେ ପହଞ୍ଚିବ । ଏହି ବିମାନଗୁଡ଼ିକ ବୁଧବାର ସକାଳ ୭ଟା ବେଳେ ଫ୍ରାନ୍ସର ବୋରଡିକ୍ସରେ ଥିବା ମେରିଗନାଗ ଏୟାରବେସରୁ ଉଡ଼ାଣ ଆରମ୍ଭ କରିବେ ।

Advertisment

ଭାରତ ଆସିବା ବାଟରେ ଓମାନ ଉପସାଗର ଉପରେ ଉଡ଼ୁଥିବାବେଳେ ଏହି ବିମାନଗୁଡ଼ିକରେ ୟୁଏଇର ବାୟୁସେନାର ପରିବହନ ବିମାନ ଇନ୍ଧନ ଭର୍ତ୍ତି କରିବେ । ଏସବୁ ରାଫେଲ ବିମାନ ଅମ୍ବାଲା ବାୟୁସେନା ଘାଟିରେ ଓହ୍ଲାଇବେ ।

ଏହି ୩ଟି ବିମାନ ଆସିବା ପରେ ଭାରତରେ ଥିବା ରାଫେଲ ବିମାନ ସଂଖ୍ୟା ୧୪ରେ ପହଞ୍ଚିବ । ଏସବୁ ବିମାନ ଅମ୍ବାଲାରେ ଥିବା ଗୋଲଡେନ ଆରୋ ସ୍କ୍ବାର୍ଡନରେ ସାମିଲ ହେବେ ।

ଅନ୍ୟପକ୍ଷରେ ଆସନ୍ତା ଏପ୍ରିଲ ମଧ୍ୟ ଭାଗରେ ଆଉ କିଛି ରାଫେଲ ବିମାନ ଭାରତରେ ପହଞ୍ଚିବ । ସେସବୁ ବିମାନଗୁ଼ଡ଼ିକୁ ପଶ୍ଚିମବଙ୍ଗର ହାସିମୋରା ବାୟୁସେନା ଘାଟିରେ ମୁତୟନ କରାଯିବ ।

ଭାରତ ୫୯,୦୦୦ କୋଟି ଟଙ୍କା ବିନିମୟରେ  ଫ୍ରାନ୍‌ସ ସହ ଚୁକ୍ତି କରିଛି ଏବଂ ଏହି ଚୁକ୍ତି ଅନୁସାରେ ଭାରତ ୨୦୨୨ ସୁଦ୍ଧା ମୋଟ ୩୬ଟି ରାଫେଲ୍‌ ବିମାନ ହାସଲ କରିବ ।