ବିହାରରେ ଏନଡିଏକୁ ଲାଗିପାରେ ଆଉ ଏକ ବଡ ଝଟକା, ଜେଡିୟୁରେ ସାମିଲ ହୋଇପାରନ୍ତି ତିନି ସାଂସଦ

ପାଟନା: ବିହାରରେ ଏନଡିଏକୁ ଆଉ ଏକ ବଡ ଝଟକା ଲାଗିପାରେ | ଚର୍ଚ୍ଚା ମୁତାବକ ତିନିଜଣ ଏନଡିଏ ସାଂସଦ ଜେଡିୟୁ ରେ ଯୋଗ ଦେଇପାରନ୍ତି। ଯଦି ଏହା ହୁଏ ତେବେ ଏନଡିଏ ଏବଂ ବିଜେପି ପାଇଁ ଏହା ଏକ ବଡ ଝଟକା ହେବ। ନିକଟରେ ଜେଡିୟୁ ଭାରତୀୟ ଜନତା ପାର୍ଟି ସହ ସମ୍ପର୍କ ଭାଙ୍ଗି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହିତ ସରକାର ଗଠନ କରିଥିଲା। ଆଉ ସୂଚନା ଆସୁଛି ଯେ ତିନିଜଣ ଆରଏଲଜେପି ସାଂସଦ ଜେଡିୟୁକୁ ଯିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ତିନି ଜଣ ସାଂସଦ ଜେଡିୟୁରେ ମିଶିଗଲେ ଆରଏଲଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସଙ୍କୁ ଧକ୍କା ଲାଗିପାରେ | ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାଂସଦ ଚନ୍ଦନ ସିଂ, ବୀଣା ଦେବୀ, ମେହବୁବ ଅଲି କେସର ଜେଡିୟୁକୁ ସମର୍ଥନ କରିପାରନ୍ତି। ଆରଏଲଜେପିରେ ୫ ଜଣ ସାଂସଦ ଅଛନ୍ତି, ଅର୍ଥାତ୍ ଯଦି ତିନିଜଣ ସାଂସଦ ଜେଡିୟୁରେ ଯୋଗ ଦିଅନ୍ତି, ତେବେ ଏଥିରେ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ ଏବଂ ତାଙ୍କ ପୁଅ ପ୍ରିନ୍ସ ରାଜ ହିଁ ଲୋକସଭା ସାଂସଦ ରହିବେ। ସୂଚନା ଥାଉ କି ଯେ ‘ଏଲଜେପି’ ମୁଖ୍ୟ ରାମ ବିଳାସ ପାସୱାନଙ୍କ ମୃତ୍ୟୁ ପରେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା |

ଆଉ ଏଲଜେପିର ସମୁଦାୟ ୬ ଜଣ ସାଂସଦ ଥିଲେ | ଏହା ପରେ ଏଲଜେପିର ଗୋଟିଏ ଦଳ ଚିରାଗ ପାସୱାନଙ୍କ ହାତକୁ ଆସିଥିବାବେଳେ ଅନ୍ୟ ଦଳକୁ ପଶୁପତି ସମ୍ଭାଳିଥିଲେ । ଦଳରେ ବିଦ୍ରୋହ ପରେ ପଶୁପତି କୁମାର ପାରସଙ୍କୁ ୫ ଜଣ ସାଂସଦଙ୍କ ସମର୍ଥନ ମିଳିଥିଲା, ସେଥିପାଇଁ ତାଙ୍କୁ ମୋଦୀ ସରକାରରେ ମନ୍ତ୍ରୀ କରାଯାଇଥିଲା।

ସମ୍ବନ୍ଧିତ ଖବର