‘ଜୟ ଶ୍ରୀ ରାମ’ କହିବାକୁ କହି ୩ ମୁସଲମାନ ଫକୀରଙ୍କୁ ଉଠ୍ ବସ୍ କରି ୩ ଗିରଫ

କାନପୁର: ଉତ୍ତରପ୍ରଦେଶର ଏକ ଗ୍ରାମରେ ତିନିଜଣ ମୁସଲମାନ ଫକୀରଙ୍କୁ ଉଠ୍ ବସ୍ ଏବଂ ‘ଜୟ ଶ୍ରୀ ରାମ’ ନାମ କହିବାକୁ ବାଧ୍ୟ କରି ଧମକ ଦେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ତିନିଜଣ ମୁସଲମାନ ଫକୀରଙ୍କୁ ଉଠବସ କରି ସେମାନଙ୍କର ଆଧାର କାର୍ଡ ମାଗୁଛନ୍ତି। । ତେବେ ଘଟଣାଟି ଉତ୍ତରପ୍ରଦେଶର ଖଡଗପୁର ଜିଲ୍ଲାର ଏକ ଗ୍ରାମରେ ହୋଇଥିବା କୁହାଯାଉଛି । ଯେଉଁଥିରେ ସେମାନେ ଭୟରେ ‘ଜୟ ଶ୍ରୀ ରାମ’ କହିବାକୁ ବାଧ୍ୟ ହୋଇଥିଲେ ଓ ଉଠ୍ ବସ ହୋଇଥିଲେ ।

ଖାଲି ସେତିକି ନୁହେଁ ବରଂ ସେମାନଙ୍କୁ ‘ପଣ୍ଡିତ’ ଗାଁ ଭିତରକୁ ଆଉ କେବେ ପ୍ରବେଶ ନକରିବାକୁ ଧମକ ଦେଇଛନ୍ତି । ଭିଡିଓରେ, ସ୍ଥାନୀୟ ଲୋକମାନଙ୍କ ମଧ୍ୟରୁ ଜଣେ ଯୁବକ, ତିନି ମୁସଲମାନ ଫାକୀରଙ୍କୁ ହଇରାଣ କରିବା ସହ ସେମାନଙ୍କ ପରିଚୟ ମାଗୁଛନ୍ତି। ଭିଡିଓରେ ତିନିଜଣ ମୁସଲମାନ ଫକୀର ବାରମ୍ବାର କ୍ଷମା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳୁଛି । ସୂଚନା ପାଇବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ତିନିଜଣଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର