ନୂଆଦିଲ୍ଳୀ: ଭାରତରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ଚାହୁଁ ଚାହୁଁ ସଂକ୍ରମିତଙ୍କ ସଂଖ୍ୟା ଆସି ୭ ହଜାର ପାର୍‌ କଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ରିପୋର୍ଟ ହୋଇଛି। ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର ସକାଳେ ଦେଶରେ ସମୁଦାୟ ସକ୍ରିୟ ମାମଲା ୭,୧୫୪ ହୋଇଛି।

Advertisment

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣର ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୨ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଜଣେ ମଧ୍ୟପ୍ରଦେଶର। ସେମାନଙ୍କର ଶ୍ବାସକ୍ରିୟାଜନୀତ ସମସ୍ୟା ରହିଥିଲା। 

ପ୍ରାୟ ସମସ୍ତ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟାରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଥିବା ବେଳେ, କେରଳରେ ୨୦୨୫ ମସିହାରେ ସର୍ବାଧିକ କୋଭିଡ୍-୧୯ ମାମଲା ରିପୋର୍ଟ କରାଯାଉଛି।

ଗୁଜରାଟ, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ମଧ୍ୟ ଏହି ବର୍ଷ ବହୁତ ଅଧିକ ସଂଖ୍ୟକ ସକ୍ରିୟ ମାମଲା ରିପୋର୍ଟ କରାଯାଇଛି।

ତେବେ ଏଥର କରୋନା ବେଶି ସଂଘାତିକ ନୁହେଁ ଓ ଚିନ୍ତାର ବିଷୟ ନୁହେଁ, କିନ୍ତୁ ସତର୍କତା ଆବଶ୍ୟକତା ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।