କ୍ବାଣ୍ଟମ୍ ମେକାନିକ୍ସ ପାଇଁ ୩ ଜଣଙ୍କୁ ପଦାର୍ଥବିଜ୍ଞାନରେ ନୋବେଲ

ଷ୍ଟକ୍‌ହୋମ୍: ଚଳିତବର୍ଷ ପଦାର୍ଥବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ତିନିଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି। ଏହି ବୈଜ୍ଞାନିକମାନେ ଆବିଷ୍କାର କରିଥିବା ତତ୍ତ୍ବ ଅନୁସାରେ କ୍ଷୁଦ୍ରାତିକ୍ଷୁଦ୍ର କଣିକା ପରସ୍ପରଠାରୁ ଅଲଗା ହେଲା ପରେ ମଧ୍ୟ ସେମାନଙ୍କ ମଧ୍ୟରେ ସୂକ୍ଷ୍ମସ୍ତରରେ ଯୋଗସୂତ୍ର ରହିଥାଏ। ଏହି ବୈଜ୍ଞାନିକମାନେ ହେଉଛନ୍ତି ଫ୍ରାନ୍ସର ଆଲେନ ଆସପେକ୍ଟ, ଆମେରିକାର ଜନ ଏଫ୍ କ୍ଲଜର ଏବଂ ଅଷ୍ଟ୍ରିଆର ଆଣ୍ଟନ ଜିଲିଙ୍ଗର। ଆମେ ପୂର୍ବରୁ ଜାଣିଛେ, ବସ୍ତୁର କ୍ଷୁଦ୍ରତମ କଣିକା ବୋଲି କୁହାଯାଉଥିବା ଆଟମ୍ କ୍ଷୁଦ୍ରତମ ନୁହେଁ। ତାକୁ ଭାଙ୍ଗିଲେ ସେଥିରୁ ଇଲେକ୍ଟ୍ରନ୍, ପ୍ରୋଟନ ଓ ନ୍ୟୁଟ୍ରନ୍ ମିଳେ। ତା’ଠାରୁ କ୍ଷୁଦ୍ରତର କଣିକା ହେଉଛି କ୍ବାଣ୍ଟମ୍ ବା ଫୋଟନ। ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନରେ ଏହା ଥାଏ। ଆଖିକୁ ଦେଖାଯାଉ ନ ଥିବା ଏହି କଣିକାଗୁଡ଼ିକ କିପରି ପରସ୍ପର ସହ ସମ୍ବନ୍ଧିତ, ଏପରି କି ପରସ୍ପରଠାରୁ ଅଲଗା ହେଲେ ମଧ୍ୟ ସେମାନଙ୍କ ଭିତରେ କିପରି ସମ୍ପର୍କ ରହିଥାଏ ତାହାକୁ ଏହି ବୈଜ୍ଞାନିକମାନେ ପ୍ରମାଣ କରିଛନ୍ତି ।

ସମ୍ବନ୍ଧିତ ଖବର