ନୂଆଦିଲ୍ଲୀ : ଆସନ୍ତାକାଲି ଓଡ଼ିଶା ସମ୍ପର୍କିତ ୩ଟି ଭିନ୍ନ ଭିନ୍ନ ମାମଲା ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମଟି ହେଉଛି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲା। ସୁପ୍ରିମକୋର୍ଟରେ ବିଚାରପତି ଏକେ ସିକ୍ରି, ବିଜାରପତି ଏସ୍ ଅବଦୁଲ ନଜିର ଓ ବିଚାରପତି ଏମ୍ଆର ଶାହଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ। ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆମିକସ୍ କ୍ୟୁରି ରଂଜିତ କୁମାର ଆସନ୍ତାକାଲି ତାଙ୍କ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ଯେହେତୁ ବିଚାରପତି ଏକେ ସିକ୍ରି ବୁଧବାର ଅବସର ନେବେ ତେଣୁ ଆଶା କରାଯାଉଛି ଜଷ୍ଟିସ୍ ସିକ୍ରି ଏହି ମାମଲାର ଶୁଣାଣି କରି ଆମିସକ୍ କ୍ୟୁରିଙ୍କ ରିପୋର୍ଟ ଆଧାରରେ ଆଦେଶ ଦେଇପାରନ୍ତି। ଦ୍ବିତୀୟଟି ହେଉଛି ମହାନଦୀ ଜଳବିବାଦ ମାମଲାର ଆପୋସ ସମାଧାନ ନେଇ ଓଡ଼ିଶା ଓ ଛତିଶଗଡ଼ର ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନଙ୍କ ଦ୍ବିତୀୟ ବୈଠକ। ଗତମାସ ୨୫ରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ ଆସନ୍ତାକାଲିର ବୈଠକକୁ ଗୁରୁତ୍ବପୁର୍ଣ୍ଣ ମନେ କରାଯାଉଛି। ସେହିପରି ତୃତୀୟ ମାମଲଟି ହେଉଛି ବଂଶଧାରା ଜଳବିବାଦ ମାମଲାର ଟ୍ରିବ୍ୟୁନାଲ୍ରେ ଶୁଣାଣି ହେବ। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ବିଚାରପତି ମୁକୁନ୍ଦକମ୍ ଶର୍ମା ଏବଂ ଦୁଇଜଣ ସଦସ୍ୟ ବିଚାରପତି ବି ଏନ୍ ଚତୁର୍ବେଦୀ ଓ ବିଚାରପତି ପ୍ରତିଭା ରାଣୀ ଆସନ୍ତାକାଲିଠାରୁ ଲଗାତାର ଦୁଇଦିନ ଧରି ଏହି ମାମଲାର ଶୁଣାଣି କରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp