ମୁମ୍ବାଇ-କୋଲକାତା ଭିସ୍ତାରା ବିମାନରେ ବାୟୁ ଚାପ ଜନିତ ଅସନ୍ତୁଳତା ପାଇଁ ଗୁରୁତର ଆହତ ହେଲେ ୩ଜଣ ଯାତ୍ରୀ

କୋଲକାତା: କୋଲକାତା ଅଭିମୁଖେ ଆସୁଥିବା ଭିସ୍ତାରା ବିମାନରେ ବାୟୁ ଚାପ ଜନିତ ଅସନ୍ତୁଳତା ପାଇଁ ତିନି ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି | ବିମାନଟି ଅବତରଣ କରିବା ପୂର୍ବରୁ ଅବତରଣ କରିବା ସମୟରେ ବାୟୁ ଚାପ ଜନିତ ଅସନ୍ତୁଳତା ଦେଖା ଦେବାରୁ ଏଭଳି ଘଟିଛି | ୩ଜଣ ଆହତ ହେବ ସହ ୫ଜଣଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଛି |

ସୂଚନା ମୁତାବକ, ମୁମ୍ବାଇରୁ ଉଡ଼ାଣ ଭରିଥିବା ବିମାନ ୟୁକେ ୭୭୫ କୋଲକାତାରେ ଅବତାରଣା କରିବା ପୂର୍ବରୁ ବାୟୁ ଚାପ ଜନିତ ଅସନ୍ତୁଳତାର ଶିକାର ହୋଇଥିଲା | ତେବେ ପାଇଲଟଙ୍କ ଚେଷ୍ଟା ପରେ ସୋମବାର ସନ୍ଧ୍ୟାରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିରାପଦରେ ବିମାନଟି ଅବତରଣ କରିଥିବା ଜଣାପଡିଛି।

ସୂଚନାନୁସାରେ, ବିମାନ ଭିତରେ ତିନି ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ପାଞ୍ଚଜଣ ବିମାନରେ ସାମାନ୍ୟ ଆହତ ହୋଇଛନ୍ତି । ଅବତରଣ କରିବା ପରେ ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଗୁରୁତର ଆହତ ତିନିଜଣଙ୍କୁ ଏଏଆଇ ଆମ୍ବୁଲାନ୍ସ ଏବଂ ଚାର୍ନକ୍ ଆମ୍ବୁଲାନ୍ସ ଯୋଗେ ସହରର ଚାର୍ନକ୍ ହସ୍ପିଟାଲକୁ ନିଆଯାଇଛି। ଜଣେ ବୃଦ୍ଧ ବ୍ୟକ୍ତିଙ୍କର କାନ୍ଧ ଭାଙ୍ଗି ଯାଇଥିବାବେଳେ ଜଣେ ମହିଳା ଯାତ୍ରୀ ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଛି। ତୃତୀୟ ଆହତ ବ୍ୟକ୍ତି ଜଣକର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି |

ସମ୍ବନ୍ଧିତ ଖବର