୩ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ

ଯବାନ୍‌ ସହିଦ, ପତ୍ନୀ ସମେତ ୫ ଗୁରୁତର

ଶ୍ରୀନଗର: ଆଜି ଜମ୍ମୁ କଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲା ବିଜବେହେରାର କାଟସୁ ଅଞ୍ଚଳରେ ଏସ୍‌ପିଓ ମୁସ୍ତାକ୍‌ ଅଲ୍‌ ଶେଖ୍‌ଙ୍କ ଘରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ମୁସ୍ତାକ୍‌ ସହିଦ ହୋଇଥିବା ବେଳେ ତାଙ୍କ ପତ୍ନୀ ଫରିଦା ଗୁରୁତର ଆହତ ହୋଇଛନ୍ତି। ଏହା ପରେ ଉକ୍ତ ଆତଙ୍କବାଦୀମାନେ ସୋପିଆନ୍‌ ସେକ୍ଟରରେ ପାଟ୍ରୋଲିଂ କରୁଥିବା ପୁଲିସ୍‌ଙ୍କ ଉପରକୁ ଆକ୍ରମଣ କରିବା ଫଳରେ ୩ଜଣ ପୁଲିସ୍‌ ଆହତ ହୋଇଛନ୍ତି। ସେପଟେ ଏକ ଭିନ୍ନ ଘଟଣାରେ ଆଜି କୁଲଗାମ୍‌ ସେକ୍ଟରରେ ମଧ୍ୟ ଆତଙ୍କବାଦୀ ଆକ୍ରମଣରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଘଟଣା ପରେ ଅନନ୍ତନାଗ ଓ ସୋପିଆନ୍‌ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବା ବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ସମ୍ବନ୍ଧିତ ଖବର