ଅମୃତସର : ଅମୃତସର କେନ୍ଦ୍ରୀୟ ଜେଲ୍ରୁ ୩ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଜେଲ କାନ୍ଥକୁ ଖୋଳି କଏଦୀମାନେ କିଭଳି ବାହାରକୁ ଚାଲିଗଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଜେଲରୁ ଫେରାର ହୋଇଥିବା ୩ କଏଦୀଙ୍କର ପରିଚୟ ମିଳିଛି। ସେମାନେ ହେଲେ- ଗୁର୍ପ୍ରୀତ ସିଂହ, ଜର୍ଣ୍ଣେଲ ସିଂହ ଏବଂ ବିଶାଲ କୁମାର। ଗୁର୍ପ୍ରୀତ ଓ ଜର୍ଣ୍ଣେଲ ଲୁଟ୍ ମାମଲାରେ ଏବଂ ବିଶାଲ କୁମାର ପୋକ୍ସୋ ମାମଲାରେ ଜେଲ୍ ଆସିଥିଲେ। ସୂଚନାଯୋଗ୍ୟ, ୩ ମାସ ତଳେ ଅମୃତସର ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବା ସହ ଏଠାରେ ଏକ କମ୍ପାନି ସିଆର୍ପିଏଫ୍ ଜବାନଙ୍କୁ ନିୟୋଜିତ କରାଯାଇଥିଲା। ଏଭଳି ସୁରକ୍ଷା ବଳୟ ମଧ୍ୟରେ କିଭଳି କଏଦୀମାନେ ଖସି ଚାଲିଗଲେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅମୃତସର ଜେଲରୁ ୩ କଏଦୀ ଫେରାର
/sambad/media/post_attachments/wp-content/uploads/2020/02/Central-Jail-Amritsar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)