ଅମୃତସର : ଅମୃତସର କେନ୍ଦ୍ରୀୟ ଜେଲ୍‌ରୁ ୩ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଜେଲ କାନ୍ଥକୁ ଖୋଳି କଏଦୀମାନେ କିଭଳି ବାହାରକୁ ଚାଲିଗଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଜେଲରୁ ଫେରାର ହୋଇଥିବା ୩ କଏଦୀଙ୍କର ପରିଚୟ ମିଳିଛି। ସେମାନେ ହେଲେ- ଗୁର୍‌ପ୍ରୀତ ସିଂହ, ଜର୍ଣ୍ଣେଲ ସିଂହ ଏବଂ ବିଶାଲ କୁମାର। ଗୁର୍‌ପ୍ରୀତ ଓ ଜର୍ଣ୍ଣେଲ ଲୁଟ୍‌ ମାମଲାରେ ଏବଂ ବିଶାଲ କୁମାର ପୋକ୍‌ସୋ ମାମଲାରେ ଜେଲ୍‌ ଆସିଥିଲେ। ସୂଚନାଯୋଗ୍ୟ, ୩ ମାସ ତଳେ ଅମୃତସର ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବା ସହ ଏଠାରେ ଏକ କମ୍ପାନି ସିଆର୍‌ପିଏଫ୍‌ ଜବାନଙ୍କୁ ନିୟୋଜିତ କରାଯାଇଥିଲା। ଏଭଳି ସୁରକ୍ଷା ବଳୟ ମଧ୍ୟରେ କିଭଳି କଏଦୀମାନେ ଖସି ଚାଲିଗଲେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।