ଭୋପାଳ : ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ବୁଧବାର ଦିନ ଏକ ଗଛରୁ ୩ ଜଣ ଆଦିବାସୀ ଯୁବତୀ ଝୁଲନ୍ତା ମୃତଦେହ ମିଳିଛି। ଉକ୍ତ ୩ ଯୁବତୀ ହେଉଛନ୍ତି ୩ ଭଉଣୀ। କୋଟା ଫଲ୍ୟା ନିକଟସ୍ଥ ଭମଗଡ଼ ଗ୍ରା ମୋର ରାତି ପ୍ରାୟ ୧୧ଟା ସମୟରେ ସେମାନଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଗ୍ରାମବାସୀମାନେ ଏହା ଦେଖିବାପରେ ପୁଲିସରେ ଖବର ଦେଇଥିଲେ। ମୃତକମାନେ ହେଉଛନ୍ତି ସୋନୁ (୨୩), ସାବିତ୍ରୀ (୨୧) ଏବଂ ଲଲିତା (୧୯)। ସେମାନେ ସେମାନଙ୍କ ମା’ଙ୍କ ସହ ରହୁଥିଲେ। ସେମାନଙ୍କ ବାପାଙ୍କର ଗତ ୪ ବର୍ଷ ହେବ ମୃତ୍ୟୁ ହୋଇଛି। ସେମାନଙ୍କର ଆଉ ୨ ଜଣ ଭଉଣୀ ଏବଂ ୩ ଭାଇ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେମାନେ ଆତ୍ମହତ୍ୟା କରିଛନ୍ତି।
ମଧ୍ୟପ୍ରଦେଶରେ ୩ ଭଉଣୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2022/06/suicide.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)