କୁପୱାଡା ଜିଲ୍ଲାରେ ଅନୁପ୍ରବେଶ ବିରୋଧୀ ଅଭିଯାନ ବେଳେ ୩ ଯବାନ ସହିଦ, ନିହତ ହେଲେ ୯ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ ଅନୁପ୍ରବେଶ ବିରୋଧୀ ଅଭିଯାନ ବେଳେ ରବିବାର ଦିନ ଭାରତୀୟ ସେନାର ତିନିଜଣ ଯବାନ ସହିଦ ହୋଇଛନ୍ତି | ଏହା ସହ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଦୁଇ ଦିନ ପୂର୍ବେ କୁପୱାଡ଼ା ଜିଲ୍ଲାର କେରନ ସେକ୍ଟର୍ ନିକଟ ନିୟନ୍ତ୍ରଣ ରେଖାଠାରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା | ଶନିବାର ଦିନ ଦକ୍ଷିଣ କଶ୍ମୀର ଅନ୍ତର୍ଗତ କୁଲଗାମର ବଟପୁରା ଠାରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ରବିବାର ଦିନ କୁପୱାଡ଼ାର କେରନ ସେକ୍ଟର୍ ନିକଟ ନିୟନ୍ତ୍ରଣ ରେଖା ଠାରେ ପାଞ୍ଚଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରାଯାଇଛି । ଏବେ ମଧ୍ୟ ଅପରେସନ ଜାରି ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି |

“ଦୁର୍ଭାଗ୍ୟବଶତଃ, ଆଜି ଆଉ ଦୁଇଜଣ ଆହତ ଯବାନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଯବାନମାନଙ୍କର ବର୍ତ୍ତମାନ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ତିନିଜଣ ଯବାନ ସହିଦ ହୋଇଛନ୍ତି ବୋଲି ଭାରତୀୟ ସେନାବାହିନୀର ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଲିଆ କହିଛନ୍ତି। ଅସ୍ୱାଭାବିକ ପାଣିପାଗ ଅବସ୍ଥା ସତ୍ତ୍ୱେ ଆହତମାନଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କର୍ଣ୍ଣେଲ୍ ରାଜେଶ କାଲିଆ କହିଛନ୍ତି।

Army foils infiltration bid in J-K's Kupwara, five militants, one ...
New Indian Express

ପୂର୍ବରୁ ସେ ସୂଚନା ଦେଇ କହିଥିଲେ ଯେ, ନିରୀହ ସାଧାରଣ ନାଗରିକମାନଙ୍କ ହତ୍ୟାରେ ଜଡ଼ିତ ଚାରି ଜଣ ଆତଙ୍କବାଦୀଙ୍କୁ ଏପ୍ରିଲ ୪ ତାରିଖ ଦିନ ଦକ୍ଷିଣ କଶ୍ମୀରର ବଟପୁରା ଅଞ୍ଚଳରେ ନିପାତ କରାଯାଇଥିଲା । କେରନ ସେକ୍ଟରରେ ପ୍ରତିକୂଳ ପାଗ ଏବଂ ପଥୁରିଆ ଅଞ୍ଚଳକୁ ଭୃକ୍ଷେପ ନ କରି ସେନାବାହିନୀର ଯବାନମାନେ ୫ଜଣ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିଛନ୍ତି । କେରନରେ ସମ୍ପ୍ରତି ଅନୁପ୍ରବେଶ ବିରୋଧୀ ଅଭିଯାନ ଚାଲିଛି । ଖରାପ ପାଗର ଲାଭ ଉଠାଇ ନିକଟରେ ଯେଉଁ ଆତଙ୍କବାଦୀମାନେ କଶ୍ମୀର ଉପତ୍ୟକା ମଧ୍ୟକୁ ପ୍ରବେଶ କରିଥିଲେ ଆଜି ନିହତ ହୋଇଥିବା ପାଞ୍ଚଜଣ ଅନୁପ୍ରବେଶକାରୀ ସେମାନଙ୍କ ଦଳର ହୋଇଥିବେ ବୋଲି ବିଶ୍ୱାସ କରାଯାଉଛି । ଏହି ଅଭିଯାନରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଦୁଇଜଣ ସାଙ୍ଘାତିକ ଆହତ ହୋଇଥିବା ନେଇ ସେ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ଦୁହିଁଙ୍କ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି |

ସମ୍ବନ୍ଧିତ ଖବର