ନୂଆଦିଲ୍ଲୀ: ପୃଥିବୀରୁ ବିଲୋପ ହେବାକୁ ଯାଉଥିବା ପ୍ରଜାତି ତାଲିକାରେ ଭାରତର ୩ଟି ପ୍ରଜାତି ସମେତ ବିଶ୍ୱର ୧୦ଟି ପ୍ରଜାତିର ପଶୁପକ୍ଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଭାରତରୁ ବିଲୋପ ହେବାକୁ ଯାଉଥିବା ପ୍ରାଣୀମାନଙ୍କ ମଧ୍ୟରେ ଅଛନ୍ତି ‘ଗ୍ରେଟ୍ ଇଣ୍ଡିଆନ୍ ବସ୍ଟାର୍ଡ’, ‘ବେଙ୍ଗଲ୍ ଫ୍ଲୋରିକାନ୍’ ଏବଂ ‘ଏସିଆନ୍ ଏଲିଫ୍ୟାଣ୍ଟ୍’। ସଂରକ୍ଷଣ ନିମନ୍ତେ ଏମାନଙ୍କୁ ‘କନ୍ଭେନ୍ସନ୍ ଅନ୍ କଞ୍ଜର୍ଭେସନ୍ ଅଫ୍ ମାଇଗ୍ରେଟରି ସ୍ପେସିସ୍’ ନାମକ ଆନ୍ତର୍ଜାତିକ ରାଜିନାମାର ସ୍ୱତନ୍ତ୍ର ତାଲିକାଭୁକ୍ତ କରାଯିବ।
Great Indian Bustard: Image Courtesy of The Times of Indiaଭାରତର ଏହି ତିନି ପ୍ରଜାତିର ପ୍ରାଣୀଙ୍କ ବ୍ୟତୀତ କୋଷ୍ଟାରିକା, ଆର୍ଜେଣ୍ଟିନା, ବଲିଭିଆ ଏବଂ ପାରାଗୁଏର ‘ଜାଗୁଆର୍’, ବ୍ରାଜିଲ୍ର ‘ହ୍ଵାଇଟ୍-ଟିପ୍ ସାର୍କ’, ୟୁରୋପୀୟ ସଂଘ ଦେଶର ‘ଲିଟ୍ଲ୍ ବଷ୍ଟାର୍ଡ’ ଓ ‘ଟୋପ୍ ସାର୍କ’, ତାଜିକିସ୍ତାନ, ଇରାନ୍ ଏବଂ ଉଜ୍ବେକିସ୍ତାନର ‘ଉରିଆଲ୍’, ନିଉଜିଲାଣ୍ଡ୍, ଅଷ୍ଟ୍ରେଲିଆ ଓ ଚିଲିର ‘ଅଲ୍ବାଟ୍ରୋସ୍’ ଏବଂ ବ୍ରାଜିଲ୍ର ‘ସ୍ମଥ୍ ହାମର୍ହେଡ୍ ସାର୍କ’।
ଏହା ସହ ବିଶ୍ୱର ଆଉ ୫୧୮ଟି ପ୍ରଜାତିର ପ୍ରାଣୀଙ୍କୁ ମଧ୍ୟ ବିପଦଗ୍ରସ୍ତ ତାଲିକାଭୁକ୍ତ କରାଯାଇଛି।
Bengal Florican: Image Courtesy of Hindustan Timesବିଲୋପ ହେବାକୁ ଯାଉଥିବା ଦେଶାନ୍ତର ଗମନକାରୀ ପ୍ରାଣୀମାନଙ୍କର ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ବିଭିନ୍ନ ଦେଶ ନିଜ ନିଜର ପ୍ରସ୍ତାବ ଦେଇଛନ୍ତି। ଫେବ୍ରୁଆରି ୧୫ ରୁ ୨୨ ତାରିଖ ଯାଏଁ ଗୁଜରାଟର ଗାନ୍ଧୀନଗର ଠାରେ ହେବାକୁ ଥିବା ଏକ ସମ୍ମିଳନୀରେ ଜାତିସଂଘର ଏକ ସଂଗଠନ ଦେଶାନ୍ତର ଗମନକାରୀ ପ୍ରାଣୀମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟା ସଂକ୍ରାନ୍ତରେ ବିଚାର କରିବ। ୧୧୦ଟି ଦେଶର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିବେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/ae.jpg)