ନୂଆଦିଲ୍ଲୀ : ଓଡ଼ିଶା, ପଶ୍ଚିମବଙ୍ଗ ଓ କେନ୍ଦ୍ର ଶାସିତ ଅଂଚଳ ଦିଲ୍ଲୀ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁକରୁନାହାନ୍ତି। କେନ୍ଦ୍ର ସରକାର ଉପରୋକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଯୋଜନାରେ ସାମିଲ ହେବା ପାଇଁ ପ୍ରେରିତ କରୁଛନ୍ତି। ଯାହା ଫଳରେ ହିତାଧିକାରୀମାନେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେନାହିଁ। ଆଜି ଲୋକସଭାରେ ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭ‌ାରତୀ ପ୍ରବୀଣ ପାୱାର।