ଦିଲ୍ଲୀ ଅଶୋକ ବିହାରରେ ୩ ମହଲା କୋଠା ଭୁଶୁଡ଼ି ୨ ପିଲା ମୃତ; ୮ ଉଦ୍ଧାର

ନୂଆଦିଲ୍ଲୀ: ବୁଧବାର ସକାଳେ ଅଶୋକ ବିହାର ଅଞ୍ଚଳରେ ଗୋଟାଏ ତିନି ତାଲା କୋଠା ଘର ଭୁଶୁଡ଼ି ପଡ଼ିବା ଯୋଗୁଁ ଅନ୍ୟୂନ ୨ ଜଣ ପିଲାଙ୍କ ମୃତ୍ୟୁ ହେବା ସହ ଆଉ କିଛି ଲୋକ ଭଗ୍ନସ୍ତପ ମଧ୍ୟରେ ପୋତି ହୋଇ ପଡ଼ିଥିବା ଆଶଙ୍କା ଉପୁଜିଛି।

ଦୁର୍ଘଟନା ସ୍ଥଳରୁ ଅନ୍ୟୂନ ୮ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିବା କଥା କୁହାଯାଉଛି। ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଶୋକ ବିହାର ଫେଜ୍‌ ୩ ଅନ୍ତର୍ଗତ ସ୍ୱାନ୍‌ ପାର୍କ ନିକଟରେ କୋଠାଟି ସକାଳ ପ୍ରାୟ ୯ଟା ବେଳେ ଭୁଶୁଡ଼ି ପଡ଼ିଥିବା କଥା ଜଣାପଡ଼ିଛି।

କୋଠଘରଟି ପୁୁରୁଣା। ବିପଜ୍ଜନକ କୋଠାବାଡ଼ି ତାଲିକାରେ ତାହା ଥିଲା କି ନାହିଁ ଜାଣିବାକୁ କୋଠାଟି କେତେ ପୁରୁଣା ତାହା ଆକଳନ କରିବାକୁ ଉଦ୍ୟମ ଚାଲିଛି।

ଦିଳ୍ଲୀ ଅଗ୍ନିଶମ ସେବା ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ସମ୍ବନ୍ଧିତ ଖବର