ମୁମ୍ବାଇ: ଶନିବାର ନବି ମୁମ୍ବାଇରେ ଏକ ତିନି ମହଲା ବିିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ି ଥିବା ବେଳେ ସେଥିରେଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଶାହାବାଜ ଗ୍ରାମରେ ଏହି ଘଟଣା ଘଟିଛି।
ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୁପ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ପୁଲିସ, ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ସବିଶେଷ ତଥ୍ୟ ଅନୁଯାୟୀ, ବିଲ୍ଡିଂରେ ପ୍ରାୟ ୨୪ ପରିବାର ବାସ କରୁଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ନବି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କମିସନର କୈଳାସ ସିନ୍ଦେ କହିଛନ୍ତି ଯେ ଆଜି ସକାଳ ପ୍ରାୟ ୫ଟାରେ କୋଠା ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଅନେକ ଲୋକ ଫସି ରହିଥିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
"ସକାଳ ପ୍ରାୟ ୫ଟା ସମୟରେ କୋଠାଟି ଭୁଶୁଡି ପଡିଥିଲା। ଏହା ଏକ ଜି +୩ କୋଠା। ଏଠାରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଦୁଇଜଣ ଫଶିଛନ୍ତି। ଏନଡିଆରଏଫ ଟିମ୍ ଏଠାରେ ଅଛନ୍ତି, ଉଦ୍ଧାର କାର୍ଯ୍ୟ ଚାଲିଛି" ବୋଲି ସିନ୍ଦେ ଗଣମାଧ୍ୟମକୁ କହିଛନ୍ତି।
ନବି ମୁମ୍ବାଇର ଡେପୁଟି ଫାୟାର ଅଫିସର ପୁରୁଷୋତ୍ତମ ଯାଦବ ଗଣମାଧ୍ୟମକୁ କହିଛନ୍ତି, "ସକାଳ ୪.୫୦ ସମୟରେ ଏକ କୋଠା ଭୁଶୁଡ଼ିବା ବିଷୟରେ ଆମକୁ ଏକ କଲ ଆସିଥିଲା। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି।