ନୂଆଦିଲ୍ଲୀ: ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରେନ୍। ଚାଲିଗଲଶ ୩ଛାତ୍ରଙ୍କ ଜୀବନ। ଘର ପାଠ ପଢ଼ିବା ପାଇଁ ବାହାରିଥିଲେ ଛାତ୍ର। ହେଲେ କିଏ ଜାଣିଥିଲା, ରେଳଧାରଣାରେ ମାଡ଼ି ଆସୁଛି ଯମ। ତାମିଲନାଡୁର କୁଡ୍ଡାଲୋର ସହରରେ ଭିଲୁପୁରମ ମାଇଲାଦୁଥୁରାଇ ଏକ୍ସପ୍ରେସ ଟ୍ରେନ, ରେଳ ଧାରଣା ପାର୍ ହେଉଥିବା ଏକ ସ୍କୁଲ ବସ୍ ଧକ୍କା ଦେବାରୁ ଅତି କମରେ ତିନି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଛାତ୍ର ଏବଂ ବସ୍ ଡ୍ରାଇଭର ଆହତ ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କୁଡ୍ଡାଲୋର ସରକାରୀ ହସ୍ପିଟାଲକୁ ନିଆଯାଇଛି। ଆହତଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଦୁର୍ଘଟଣା କିଭଳି ଘଟିଲା ସେନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି।
#WATCH | Cuddalore, Tamil Nadu | Restoration work is underway at Sembankuppam railway crossing after a school bus crossing the tracks was hit by a train this morning. Two students died, and two students and the bus driver were injured in the accident. pic.twitter.com/FiEz00q1hx
— ANI (@ANI) July 8, 2025
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁର୍ଘଟଣାର କାରଣ ହେଉଛି ଅବହେଳା। କୁଡାଲୋରରେ ଟ୍ରେନ ପହଞ୍ଚିବା ସମୟରେ ରେଳ ଫାଟକ ବନ୍ଦ ହୋଇନଥିଲା। ବସ୍ ଚାଳକ ଟ୍ରେନ୍ ଆସୁଥିବା ନେଇ ଜାଣି ନପାରି ଫାଟକ ଖୋଲାଥିବାରୁ ଗାଡ଼ି ଆଗକୁ ବଢ଼ାଇଥିଲେ। ଟ୍ରାକ୍ ଉପରେ ପହଞ୍ଚିବା ପରେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍, ବସ୍କୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ଭାରତୀୟ ରେଳବାଇ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ହଜାର ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛି।