ବୋମା ବିସ୍ଫୋରଣରେ ତିନି ଗୋରୁ ଚାଲାଣକାରୀଙ୍କ ମୃତ୍ୟୁ, ଜଣେ ଆହତ

ମୁର୍ଶିଦାବାଦ : ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଗତକାଲି ଏକ ବିସ୍ଫୋରଣ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମୁର୍ଶିଦାବାଦ ଜିଲ୍ଲାର ଫର୍ଜିପଡ଼ାଠାରେ ସକେଟ ବୋମା ବିସ୍ଫୋରଣ ହେବା ଫଳରେ ୩ ଜଣ ଗୋରୁ ଚାଲାଣକାରୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।

ସୀମା ସୁରକ୍ଷା ବଳ (ବିଏସଏଫ)ର ଅଧିକାରୀଙ୍କ ସୂଚନା ଅନୁଯାୟୀ ଗୋରୁ ଚାଲାଣକାରୀମାନେ ସବୁବେଳେ ଗୋରୁଙ୍କ ବେକରେ ବୋମା ବାନ୍ଧି ଦେଇଥାନ୍ତି । ସେମାନେ ମନେ କରନ୍ତି ଯେ ବିଏସଏଫ ଯବାନଙ୍କ ହାତରେ ଧରାପଡ଼ିଲେ ବିସ୍ଫୋରଣ କରିପାରିବେ ।
ଏଭଳି କାଣ୍ଡ ଭିଆଇବାର ଲକ୍ଷ୍ୟ ନେଇ ଗୋରୁ ଚାଲାଣକାରୀମାନେ ବୋମା ବିସ୍ଫୋରଣ କରିଥିଲେ । ବୋର୍ଡର ଆଉଟପୋଷ୍ଟ ନିକଟରେ ଗୋରୁ ଚାଲାଣକାରୀମାନେ ଏକ ବାଲଟିରେ ସକେଟ ବୋମା ଲୁଚାଇ ରଖିଥିଲେ । ଏହି ବିସ୍ଫୋରଣ ଗତକାଲି ସନ୍ଧ୍ୟା ୬ଟାରେ ଘଟିଥିଲା ।

Image result for explosion
image source-ewn

ଏଥିରେ ୩ ଜଣ ଗୋରୁ ଚାଲାଣକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାଯାଇଛି। ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଫର୍ଜିପଡା ଗାଁରେ ଘଟିଛି। ଏହି ଅଞ୍ଚଳ ବାଂଲାଦେଶୀ ଗୋରୁ ଚାଲାଣକାରୀଙ୍କ ପେଣ୍ଠସ୍ଥଳ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର