ବାଂଲାଦେଶ ସୀମାରୁ ୩ ଆତଙ୍କବାଦୀ ଗିରଫ

ମାଲ୍‌ଦା: ବାଂଲାଦେଶ ରାପିଡ୍‌ ଆକ୍ସନ ଫୋର୍ସ ଆଜି ସୀମାନ୍ତ ଚପାଇ ନବାବଗଞ୍ଜ ଜିଲ୍ଲାର ବକ୍‌ଚର ଅଞ୍ଚଳରୁ ୩ ଜଣ ଜେଏମ୍‌ବି ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଘଟଣା ପରେ ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗିରଫ ହୋଇଥିବା‌ ଆତଙ୍କବାଦୀ ହେଉଛନ୍ତି ମନିରୁଲ୍‌ ଇସ୍‌ଲାମ୍‌ (୩୦), ହୁସେନ୍‌ ଅଲ୍ଲୀ (୩୯) ଏବଂ ଜିଆଉଲ୍‌ ହକ୍‌ (୩୩)। ଗିରଫ ୩ ଆତଙ୍କବାଦୀଙ୍କ ନିକଟରୁ ବହୁ ସଂଖ୍ୟାରେ ଜେଏମ୍‌ବି ପୁସ୍ତିକା ଏବଂ ପ୍ରଚାରପତ୍ର ଜବତ କରାଯାଇଛି। ୩ ଆତଙ୍କବାଦୀ ଗିରଫ ହେବା ପରେ ବିଏସ୍‌ଏଫ୍‌ ଏବଂ ବାଂଲାଦେଶ ବର୍ଡର ଗାର୍ଡ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢ଼ାଇ ଦିଆଯାଇଛି। ବାଙ୍ଗ୍‌ଲାଦେଶ ରାପିଡ୍‌ ଆକ୍ସନ ଫୋର୍ସ ବକ୍‌ଚର ଅଞ୍ଚଳରେ ପହଞ୍ଚି ଆତଙ୍କବାଦୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଫୋର୍ସର ଚଢଉ ଖବର ପାଇବା ପରେ କେତେକ ଆତଙ୍କବାଦୀ ଭାରତ ସୀମାକୁ ପ୍ରବେଶ କରିଥିବା ସୂଚନା ମିଳିଛି। ଏଣୁ ଭାରତ ସମୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର