ତିନିଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଆଜି ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ସମସ୍ତ ତିନିଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କର ଏହା ଦ୍ଵିତୀୟ ସଫଳ ଅପରେସନ ହୋଇଥିବାବେଳେ ଶନିବାର ଦିନ ଜୈସ ମହମ୍ମଦର ଦୁଇଜଣ ପାକିସ୍ତାନୀ ଆତଙ୍କବାଦୀ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିଲେ। ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ଓ ପୁଲିସ ପୁଲୱାମ ଜିଲ୍ଲାର ପାହୁ ଗାଁକୁ ଘେରି ରହିଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ |

ଆଉ ପ୍ରତିଜଵାବ ଦେବାକୁ ସୁରକ୍ଷାକର୍ମୀ ବି ଗୁଳି ଚଳାଇଥିଲେ | ଦୀର୍ଘ ସମୟ ଧରି ଚାଲିଥିବା ଏହି ଅପରେସନରେ ସୁରକ୍ଷାବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସୁରକ୍ଷା ବାହିନୀର ସରକାରୀ ସୂତ୍ରରୁ ଜଣାପଡିଛି ଯେ ଏହି ତିନି ଆତଙ୍କବାଦୀ ଲଶ୍କର-ଇ-ତୋଇବା ସହିତ ଜଡିତ ଥିଲେ।

ପାହୁ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଏହି ଅପରେସନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କାଶ୍ମୀରରେ ଏହା ହେଉଛି ଦ୍ୱିତୀୟ ମୁକାବିଲା। ଏହାପୂର୍ବରୁ ଶନିବାର ଦିନ କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ଜୈସ-ମହମ୍ମଦ ଗୋଷ୍ଠୀର ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର