ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଲସ୍କର କମାଣ୍ଡର ସହିତ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ମାଲୁରା ପାରିମ୍ପୋରା ଅଂଚଳରେ ସେନାବାହିନୀ ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ଜଣେ ଲସ୍କର କମାଣ୍ଡରଙ୍କ ସମେତ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରରେ ସେନାବାହିନୀର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ସବ୍ ଇନ୍ସପେକ୍ଟର ଏବଂ ଜଣେ ସିଆରପିଏଫ ଯବାନ ମଧ୍ୟ ଆହତ ହୋଇଛନ୍ତି। ଆଇଜି ବିଜୟ କୁମାର କହିଛନ୍ତି ଯେ ଯେତେବେଳେ ସୁରକ୍ଷା ବାହିନୀ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିଥିଲେ, ପରେ ଏହାର ପ୍ରତିଶୋଧ ନିଆଯାଇଥିଲା।

Rediff.com

ଏହି ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ତଥା ଲସ୍କର ଏ ତଇବାର ଟପ କମାଣ୍ଡର ଅବରାର ସମେତ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଏହା ବ୍ୟତୀତ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି। ସେନା ଦେଇଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଜାରି ରହିଛି ଏବଂ ସୁରକ୍ଷା ବାହିନୀ ଏହାର ଜବାବ ଦେଉଛନ୍ତି। ଗତ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଅପରେସନ୍ ପରେ ସାଧାରଣ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ସୂଚନାନୁସାରେ, ଆତଙ୍କବାଦୀ ଅବରାର ଚଳିତ ବର୍ଷ ଆରମ୍ଭରେ ଲାଭେପୁରାରେ ତିନିଜଣ ସିଆରପିଏଫ ଯବାନଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା । ଅବରାର ନିହତ ହେବା ଘଟଣା ସୁରକ୍ଷା ବାହିନୀ ପାଇଁ ଏକ ବଡ ସଫଳତା ହୋଇଥିବାବେଳେ ଏବଂ ସେ ଅନେକ ଆତଙ୍କବାଦୀ ଘଟଣାରେ ଜଡିତ ଥିଲା ।

ସମ୍ବନ୍ଧିତ ଖବର