ଶ୍ରୀନଗର : ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଚାଲିଥିବା ଗୁଳି ବିନିମୟରେ ଅତି କମରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବ.ସୂଚନା ଅନୁସାରେ ଶନିବାର ସକାଳେ ଏହି ଘଟଣା ଘଟିଛି। ଗତକାଲି ଜଣେ ଜୈସ କମାଣ୍ଡରକୁ ହତ୍ୟା କରିବା ପରେ ଆଜି ଏହି ସଫଳତା ହାସଲ କରିଛି ସୁରକ୍ଷା ବାହିନୀ।
ସୁରକ୍ଷା ବାହିନୀ ମୁଖପାତ୍ର କହିଛନ୍ତି ଯେ ଶୋପିଆନ୍ର ଆମିସିପୋରା ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ୍ ସକାଳେ ଆରମ୍ଭ ହୋଇଥିଲା। ଅପରେସନ୍ କାଳରେ ଲୁଚିଥିବା ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବଳ। ଏହି ଘଟଣାରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।
ଶୁକ୍ରବାର ଦିନ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଜଣେ ଆତଙ୍କବାଦୀଙ୍କୁ ନିହତ ହୋଇଥିବା ପୁଲିସ ଦାବି କରିଛି। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି ଯେ ସୁରକ୍ଷା ବାହିନୀ ଟପ୍ କମାଣ୍ଡରଙ୍କ ତାଲିକା ପ୍ରସ୍ତୁତ କରିଛି, ଯେଉଁମାନଙ୍କୁ ଆସନ୍ତା ମାସରେ ଟ୍ରାକ କରାଯିବ।
ଜୁନ୍ ମାସରେ ଉପତ୍ୟକାରେ ବିଭିନ୍ନ ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ୪୮ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ କାଶ୍ମୀରର ୪ଟି ଜିଲ୍ଲାରେ ଲୁଚି ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/terrorist_pti_755_1589562570_618x347.jpeg)