ଶ୍ରୀନଗର: ରବିବାର ବିଳମ୍ବିତ ରାତିରେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍ରେ ଆରମ୍ଭ ହୋଇଥିବା ‘ଏନ୍କାଉଣ୍ଟର୍’ରେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର-ଏ-ତୈବା’ର ଜଣେ କୁଖ୍ୟାତ କମାଣ୍ଡର୍ଙ୍କ ସମେତ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ସୋପୋର୍ର ଗୁଣ୍ଡ୍ବ୍ରାଠ୍ ଅଞ୍ଚଳରେ ସେନା, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ‘ସିଆର୍ପିଏଫ୍’ର ମିଳିତ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ହେଉଛି ଏହି ‘ଏନ୍କାଉଣ୍ଟର୍’ର କାରଣ।
Image Courtesy of New Indian Expressପୁଲିସ ଇନ୍ପେକ୍ଟର୍ ଜେନେରାଲ୍ ବିଜୟ କୁମାର କହିଛନ୍ତି, ନିକଟ ଅତୀତରେ ୩ଜଣ ପୁଲିସ କର୍ମଚାରୀ, ୨ଜଣ କାଉନ୍ସିଲର୍ ଏବଂ ୨ଜଣ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ କୁଖ୍ୟାତ ‘ଲଶ୍କର୍-ଏ-ତୈବା’ କମାଣ୍ଡର୍ ମୁଦାସିର ପଣ୍ଡିତ ସୋପୋର ‘ଏନ୍କାଉଣ୍ଟର୍’ରେ ନିହତ ହୋଇଛନ୍ତି। ଏହି ‘ଏନ୍କାଉଣ୍ଟର୍’ରେ ସମୁଦାୟ ୩ଜଣ ‘ଲଶ୍କର୍-ଏ-ତୈବା’ ଆତଙ୍କବାଦୀ ନିହତ ହୋଇଛନ୍ତି।
ଜୁନ୍ ୧୨ ତାରିଖରେ ଉତ୍ତର କଶ୍ମୀର ସହରରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ନିରାପତ୍ତା ବଳ ସୋପୋର ଭିତରେ ଏବଂ ବାହାରେ ଏକାଧିକ ତଲାସ ଅଭିଯାନ ଆରମ୍ଭ କରିଥିଲା। ‘ଲଶ୍କର୍-ଏ-ତୈବା’ର ଉକ୍ତ ଆକ୍ରମଣକୁ ରାଜନୈତିକ ଦଳମାନେ ତୀବ୍ର ନିନ୍ଦା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/kashmir.jpeg)