ଜମ୍ମୁ ଓ କଶ୍ମୀରର ଶୋପିଆଁରେ ଏନ୍‌କାଉଣ୍ଟର୍‌, ୩ ଆତଙ୍କବାଦୀ ନିହତ, ୨ ଯବାନ ଆହତ, ଏକେ-୪୭ ଓ ପିସ୍ତଲ ଉଦ୍ଧାର

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଶୋପିଆଁରେ ଚାଲିଥିବା ଏନ୍‌କାଉଣ୍ଟର୍‌ରେ ଏପର୍ଯ୍ୟନ୍ତ ଅନ୍ୟୂନ ୩ଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୨ଜଣ ଯବାନ ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଓ ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଓ ମିଳିତ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଘଟଣାସ୍ଥଳରୁ ପୁଲିସ ଗୋଟିଏ ଏକେ-୪୭ ଏବଂ ଗୋଟିଏ ପିସ୍ତଲ ଉଦ୍ଧାର କରିଛି। ୩ଜଣ ଆତଙ୍କବାଦୀ ନିହତ ହେବା ପରେ ଶୋପିଆଁ ଅଭିଯାନ ଶେଷ ହୋଇଛି। ନିହତ ଆତଙ୍କବାଦୀମାନଙ୍କର ପରିଚୟ ଓ ସେମାନେ କେଉଁ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଥିଲେ ତାହା ଜାଣିବାକୁ ଉଦ୍ୟମ ଚାଲିଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

Image Courtesy of Path of Ex

ପୁଲିସ କହିଛି, ପ୍ରଥମ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ହାଦିପୋରା ଅଞ୍ଚଳରେ। ଦ୍ୱିତୀୟଟି ଆରମ୍ଭ ହୋଇଥିଲା ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ସେମଥାନ ବିଜ୍‌ବେହରା ଅଞ୍ଚଳରେ। ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଉଭୟ ସ୍ଥାନରେ ପୁଲିସ ଓ ସେନାର ମିଳିତ ଦଳ ‘କର୍ଡନ୍‌ ଓ ତଲାସ’ ଆରମ୍ଭ କରିବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ସମ୍ବନ୍ଧିତ ଖବର